Pratidin TV

Odisha's Digital News Platform

ବ୍ରାଜିଲ ମଡେଲଙ୍କୁ ଡେଟ କରୁଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ !

ଚର୍ଚ୍ଚାରେ ଅଛନ୍ତି ଶାହରୁଖଙ୍କ ବଡ ପୁଅ ଆର୍ଯ୍ୟନ ଖାନ | ବର୍ତ୍ତମାନ ତାଙ୍କର ଆସୁଛି ଆଗାମୀ ୱେବ ସିରିଜ ‘ଷ୍ଟାରଡମ’ | କିନ୍ତୁ ଏହି ଚର୍ଚ୍ଚା ସହ ସ୍ସେ ପୁଣି ନିଜ ପର୍ଶନଲ ଲାଇଫ ନେଇ ଚର୍ଚ୍ଚାକୁ ଆସିଛନ୍ତି | ରୋମାଣ୍ଟିକ ଷ୍ଟାରଙ୍କ ତଥା କିଙ୍ଗ ଶାହରୁଖ ଖାନଙ୍କ ପୁଅ ପଡିଯାଇଛନ୍ତି ପ୍ରେମରେ | ଏହାର ଗୁଜବ ଖେଳିବର ଲାଗିଛି | ଶୁଣିବାକୁ ମିଳୁଛି ବ୍ରାଜିଲରେ ଜଣେ ଅଭିନେତ୍ରୀ ତଥା ମଡେଲକୁ କରୁଛନ୍ତି ଡେଟ | କିଛି ଏଭଳି ଗୁଜବ ଚର୍ଚ୍ଚାରେ ଥିବା ସମୟରେ ଉଭୟଙ୍କ ଭିଡ଼ିଓ ଶ୍ସଓସିଆଲ ମିଡିଆରେ ଦେଖିବାକୁ ମିଳିଛି |

ତେବେ ଇନଷ୍ଟାଗ୍ରାମରେ ଦୁହିଁଙ୍କ ଏକ ଭିଡ଼ିଓ ଘୁରିବୁଲୁଛି | ଯେଉଁଥିରେ ଦେଖିବାକୁ ମିଳୁଛି ସେ ଶାହରୁଖଙ୍କ ପୁଅ ଅଭିନେତ୍ରୀ ତଥା ମଡେଲ ଲାରିସା ବୋନେସିଙ୍କ ସହ ନାର ଆସିଛନ୍ତି | ଭିଡ଼ିଓ ଶ୍ସଏୟାର କରିବା ବେଳେ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଥିଲେଯେ, କିଛି ଦିନ ପୂର୍ବରୁ ମୁଁ ରେଡ୍ଡିଟରେ ରେକ କାମେଣ୍ଟ ପଢ଼ିଥିଲି ଯେଉଁଠାରେ ଲେଖା ଥିଲା ଯେ ଆର୍ଯ୍ୟନ ଖାନ ଓ ମଡେଲ ଲାରିସା ବୋନେସି ଦୁହିଁଙ୍କୁ ଡେଟ କରୁଛନ୍ତି | ଯେତେବେଳେ ତାଙ୍କ ସୋସିଆଲ ମିଡ଼ିଆ ଚେକ କରୁଥିଲେ ସେଥିରେ ଦେଖିବାକୁ ପାଇଥିଲି ଯେ ଆର୍ଯ୍ୟନ ଖାନ ମଡେଲଙ୍କ ପରିବାକୁ ମଧ୍ୟ କରୁଛନ୍ତି ଇନଷ୍ଟାଗ୍ରାମ କରୁଛନ୍ତି ଫଲୋ ||

ତେବେ ଏହି ଗୁଜବ ସମ୍ପର୍କ ବିଷୟରେ ଦୁହେଁ କିଛି କହିନାହାନ୍ତି | ତେବେ ଆଗାମୀ ସମୟରେ ଏହି ରୋମାଣ୍ଟିକ ସଂଯୋଗ ବିଷୟରେ କଳ୍ପନା କରୁଥିବା ଗୁଜବର ଖବରକୁ କିଛି ସ୍ପଷ୍ଟିକରଣ ହୋଇପାରେ |

Leave a Reply

Your email address will not be published. Required fields are marked *