୬୬ କୋଟି ଟଙ୍କା ଟ୍ୟାକ୍ସ ଦେଇ ନମ୍ବର -୧ ଭାରତୀୟ କ୍ରିକେଟର ହେଲେ କିଙ୍ଗ କୋହଲି
1 min readଭାରତୀୟ କ୍ରିକେଟ୍ ର ପୋଷ୍ଟର ବୟ ବିରାଟ କୋହଲି 2024 ମସିହାରେ ସର୍ବାଧିକ ଟିକସଦାତା ଖେଳାଳି ହୋଇଛନ୍ତି । ଫର୍ଚୁନ୍ ଇଣ୍ଡିଆ ତାଲିକା ଅନୁଯାୟୀ, ଟି -20 ବିଶ୍ୱକପ୍ 2024 ଚାମ୍ପିଅନ୍ କୋହଲି ୬୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।
୩୫ ବର୍ଷୀୟ କୋହଲି ଭାରତୀୟ ସେଲିବ୍ରିଟିମାନଙ୍କ ମଧ୍ୟରେ ସର୍ବାଧିକ ଟ୍ୟାକ୍ସ ଦେବା କ୍ଷେତ୍ରରେ ୫ମ ସ୍ଥାନରେ ରହିଥିଲେ | ସର୍ବାଧିକ ଟ୍ୟାକ୍ସ ଦେବା କ୍ଷେତ୍ରରେ ନମ୍ବର -୧ ରୁ ନମ୍ବର -୪ ପର୍ଯ୍ୟନ୍ତ ଯଥାକ୍ରମେ ଶାହାରୁଖ ଖାନ, ତାମିଲ ଅଭିନେତା ବିଜୟ, ସଲମାନ ଖାନ ଏବଂ ଅମିତାଭ ବଚ୍ଚନ ଥିଲେ। ଶାହାରୁଖ ୯୨କୋଟି ଟଙ୍କା, ବିଜୟ 80 କୋଟି ଟ୍ୟାକ୍ସ, ସଲମାନ 75 କୋଟି ଟ୍ୟାକ୍ସ ଏବଂ ବଚ୍ଚନ 71 କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଏହି ତାଲିକାରେ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ୨୮ କୋଟି ଟଙ୍କା ଟିକସ ଦେଇଥିବା ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ସୌରଭ ଗାଙ୍ଗୁଲି ୨୩ କୋଟି ଟଙ୍କା, ହାର୍ଦ୍ଦିକ ପାଣ୍ଡ୍ୟା ୧୩ କୋଟି ଟଙ୍କା ଏବଂ ଋଷଭ ପନ୍ତ ମଧ୍ୟ ୧0 କୋଟି ଟଙ୍କାର ଟିକସ ଦେଇଛନ୍ତି।
ବିରାଟ କୋହଲି ବିସିସିଆଇର A + ବର୍ଗରେ ଆସିଛନ୍ତି, ଯେଉଁଥିପାଇଁ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିଥାଏ | ଏହା ବ୍ୟତୀତ ସେ ଏମଆରଏଫ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି। ସେ ଅନେକ ପ୍ରସିଦ୍ଧ କମ୍ପାନୀରେ ବିନିଯୋଗ କରିଛନ୍ତି।