Pratidin TV

Odisha's Digital News Platform

ଜନ୍ମ ଦିନରେ ସେଂଚୁରୀ ମାରି ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି…

ଜନ୍ମ ଦିନରେ ସେଂଚୁରୀ ମାରିଲେ କିଙ୍ଗ୍ କୋହଲି । ଯାହା ଫ୍ୟାନଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । କୋଲକାତାର ଇଡେନ୍ ଗାର୍ଡେନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱକପ୍ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କୋହଲି । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି କୋହଲି । ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଯାଇଛନ୍ତି । ଏହି ଶତକ ସହ ବିରାଟ ଦିନିକିଆରେ ୪୯ତମ ଶତକ ହାସଲ କରିଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ୧୧୯ ଟି ବଲରୁ ୧୦ ଟି ଚୈାକା ଜରିଆରେ ଶତକ ପୂରଣ କରିଛନ୍ତି । ୧୨୧ ବଲରେ ଅପରାଜିତ ରହି ମୋଟ ୧୦୧ ରନ୍ ସଂଗ୍ରହ କରିଥିଲେ । ବର୍ତ୍ତାମାନ ସେମିଫାଇନାଲ ପାଇଁ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରିସାରିଛି ।

Leave a Reply

Your email address will not be published. Required fields are marked *