Pratidin TV

Odisha's Digital News Platform

ସିନେପ୍ରେମୀଙ୍କ ପାଇଁ ଖୁସି ଖବର , ମାତ୍ର ୧୦୦ ଟଙ୍କାରେ ଦେଖି ପାରିବେ “ଲାପତା ଲେଡିଜ୍” ..

1 min read

ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ମାତ୍ର ୧୦୦ ଟଙ୍କାରେ ହଲ୍ ରେ ବସି ଫିଲ୍ମ ଦେଖିବେ ଦର୍ଶକ । ଉଠାଇବେ ଭରପୁର ମଜା । ମହିଳା ଦିବସ ଉପଲକ୍ଷେ ଦର୍ଶକଙ୍କୁ ଭେଟି ଦେଇଛନ୍ତି କିରଣ ରାଓ । ଆସନ୍ତାକାଲି ପାଲନ ହେବାକୁ ଯାଉଛି ଆର୍ନ୍ତଜାତୀୟ ମହିଳା ଦିବସ । ଏହି ବିଶେଷ ଅବସରରେ ନିର୍ମାତା କିରଣ ରାଓ ତାଙ୍କ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ସେ ଏହି ଦିନ ପାଇଁ ତାଙ୍କ ଫିଲ୍ମ ‘ଲାପତା ଲେଡିଜ’ ଟିକେଟ ଦାମର ସ୍ପେଶାଲ ଅଫର ରଖିଛନ୍ତି । ମହିଳା ଦିବସରେ ମାତ୍ର ୧୦୦ ଟଙ୍କାରେ ଦର୍ଶକ ଦେଖିପାରିବେ ଫିଲ୍ମ । ଯାହା ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ଡବଲ ହୋଇଯାଇଛି ।

ତା ସହ ଏହି ଫିଲ୍ମକୁ ନେଇ ସୋଶିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଖବବକ୍ଟ୍ରବଗ୍ଧବବ ଖବୟସରଗ୍ଦ’ର ବକ୍ସ ଅଫିସ୍ କଲେକ୍ସନ୍ ଉପରେ ନଜର ପକାଇଲେ ଗତ ୬ ଦିନରେ ଫିଲ୍ମଟି ମୋଟ୍ ୫.୪୫ କୋଟି ଟଙ୍କା ଆୟ କରିଛି । ୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ଏହାର ମୁଳ ଧନ ପାଇବାରେ ସଫଳ ହୋଇଛି । ଯାହା ପରେ ନିର୍ମାତା ଏହି ବଡ଼ ଘୋଷଣା କରିଛନ୍ତି । କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯେଉଁଥିରେ ଗ୍ରାମାଞ୍ଚଳର କାହାଣୀ ଦେଖିବା ପାଇଁ ମିଳୁଛି । ଯାହା ଅତ୍ୟନ୍ତ ରୋମାଞ୍ଚକ । ଫିଲ୍ମରେ ରବି କିଶନଙ୍କ ବ୍ୟତୀତ ନିତାନଶି ଗୋୟଲ, ପ୍ରତୀଭା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦାମ ନିଖୋଜ ଲେଡିଜରେ ପ୍ରମୁଖ ଭୂମିକାର ନଜର ଆସୁଛନ୍ତି । ଅମୀର ଖାନ, କିରଣ ରାଓ ଏବଂ ଜ୍ୟୋତି ଦେଶ ପାଣ୍ଡେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । କିରଣ ଏବଂ ଆମୀର ଏହି ଚଳଚ୍ଚିତ୍ରର ପ୍ରମୋଶନରେ କୌଣସି କମି ଛାଡି ନାହାଁନ୍ତି । ପୁରା ଷ୍ଟାର କାଷ୍ଟ ସହିତ ଦେଶର ବିଭିନ୍ନ ସହରରେ ନିର୍ମାତା ଏହି ଫିଲ୍ମର ପ୍ରଚାର କରିଥିଲେ ।

Leave a Reply

Your email address will not be published. Required fields are marked *