Pratidin TV

Odisha's Digital News Platform

ହାଇଦ୍ରାବାଦ୍‌କୁ ମାତ୍ ଦେଇ IPL ଫାଇନାଲରେ ପହଞ୍ଚିଲା KKR ।

ପାୱାର ଦେଖାଇଲା କୋଲକାତା , ବାଜି ହାରିଲା ହାଇଦ୍ରାବାଦ୍ । ଚଳିତ ଆଇପିଏଲରେ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ଦଳ କ୍ୱାଲିଫାୟାର ୧ ରେ ସନ ରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟରେ ହରାଇ ବିଜୟ ହାସଲ କରିଛି।

୨୦୨୧ ପରେ କେକେଆର ପୁଣି ଥରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୨୦୨୧ରେ ଦଳ ଫାଇନାଲ ଯାଇଥିଲେ ମଧ୍ୟ ଚେନ୍ନାଇ ଠାରୁ ହାରି ଯାଇଥିଲା। ଏଥର କିନ୍ତୁ ଦଳ ନିଜ କ୍ରେଜ୍ ଦେଖାଇଛି । ବୋଲର ବ୍ୟାଟର୍ସଙ୍କ କମାଲରେ ଦଳ ପ୍ରଥମ କ୍ୱାଲିଫାୟାର ସହ ଫାଇନାଲରେ ପହଞ୍ଚିଛି ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା ହାଇଦ୍ରାବାଦ ଟିମ୍ । ୧୯.୩ ଓଭରରେ ପୂରା ଟିମ୍ ଅଲଆଉଟ୍ ହୋଇଯାଇଥିଲେ । ତେବେ ୧୬୦ ରନର ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଛି କୋଲକାତା । ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିବା ବେଳେ ଭେଙ୍କଟେସ ଆୟାର ଓ ଅଧିନାୟକ ଶ୍ରେୟସ ଆୟାର ଅର୍ଦ୍ଧଶତକ ମାରିବା ସହ ଦଳକୁ ବିଜୟୀ କରାଇଛନ୍ତି ।

Leave a Reply

Your email address will not be published. Required fields are marked *