Pratidin TV

Odisha's Digital News Platform

IPL ୨୦୨୪ : ୩ୟ ମ୍ୟାଚରେ ସନରାଇଜର୍ସକୁ ୪ ରନରେ ହରାଇ ଜିତିଲା KKR

1 min read

ଇଣ୍ଡିଆନ ପ୍ରିମିୟର ଲିଗ IPL ୨୦୨୪ ରେ ଶନିବାର ଥିଲା ଏକ ରୋମାଞ୍ଚକ ସନ୍ଧ୍ୟା |ଏହି ସନ୍ଧ୍ୟା ମ୍ୟାଚ ଥିଲା କୋଲକାତା ନାଇଟ ରାଇଡର୍ସ (KKR) ସହ ସନରାଇଜର୍ସ ହାଇଦ୍ରାବାଦ (SRH) | ଏହି ଧମକେଦାରେ ମ୍ୟାଚରେ ଆଣ୍ଡ୍ରେ ରସେଲ ନିଜ ଖେଳର ପ୍ରଦର୍ଶନ ଦେଖାଇ ସନରାଇଜର୍ସକୁ ୪ ରନରେ ପରାସ୍ତ କରିଛି | ଶନିବାର ଦିନ ଇଡେନ ଗାର୍ଡେନ୍ସ ରେ ଖେଳାଯାଇଥିବା ଏହି ମ୍ୟାଚରେ KKR SRH କୁ ଜିତିବା ପାଇଁ ୨0୯ ରନ ଟାର୍ଗେଟ ଦେଇଥିଲା | ଯାହା ପଛରେ ସେମାନେ ୭ ୱିକେଟ୍ ରେ ୨୦୪ ରନ କରିପାରିଥିଲେ |

ସନରାଇଜର୍ସ ହାଇଦ୍ରାବାଦ ପାଇଁ ହେନରିକ କ୍ଲାସେନ ୨୯ ବଲରେ ୬୩ କରିଥିବା ବେଳେ ସେ ନିଜ ଟିମକୁ ହରିବାରୁ ବଞ୍ଚାଇ ପାରିନଥିଲେ | ଏହି ମୁକାବିଲାରେ ଆଣ୍ଡ୍ରେ ରସେଲଙ୍କର ଧୂଆଁଧାର ବୋଲିଂ ଓ ବ୍ୟାଟିଂରେ ପ୍ରଦର୍ଶନ ଦେଖାଇ KKR କୁ ଜିତେଇଛନ୍ତି | ଆଣ୍ଡ୍ରେ ରସେଲ ୨୫ ବଲରେ ସେ ୩ଟା ଚୌକ ଓ ୭ ଛକ୍କା ମାରି ୬୩ ରନ ବନାଇଥିଲେ |

Advertisement

ରସେଲଙ୍କ IPL ଡେବ୍ୟୁରେ KKR ପାଇଁ ୫୪ ରନ ଇନସିଂ ଖେଳିଥିଲେ | KKR ପାଇଁ IPL ଡେବ୍ୟୁରେ ଜଣେ ଖେଳାଳିଙ୍କ ଏହା ୫ମ ଶ୍ରେଷ୍ଠ ସ୍କୋର ଥିଲା | ଆଣ୍ଡ୍ରେ ରସେଲ ଏବଂ ରିଙ୍କୁ ସିଂଙ୍କ ମଧ୍ୟରେ ୭ମ ୱିକେଟ୍ ପାଇଁ ୮୧ ରନ ପାଇଁ ମିଶି ପାର୍ଟନରସିପ ରହିଥିଲା | IPL ରେ KKR ପାଇଁ ଏହା ଭଲ ପାର୍ଟନରସିପ ଥିଲା | ଏହି ଇନସିଂ ସମୟରେ ରସେଲ ତାଙ୍କ IPL କ୍ୟାରିୟରରେ ୨୦୦ ଛକ୍କା ପୂରଣ କରିଥିଲେ | ଏହି ସଫଳତା ହାସଲ କରିବାରେ ରସେଲ ହେଉଛନ୍ତି ନବମ ଖେଳାଳି |

Leave a Reply

Your email address will not be published. Required fields are marked *