Pratidin TV

Odisha's Digital News Platform

କ୍ରିକେଟରେ ଖରାପ ସମୟ ଦେଇ ଗତି କରୁଛନ୍ତି କେ.ଏଲ ରାହୁଲ ! ସ୍ତ୍ରୀ ଆଥିଆଙ୍କୁ ନେଇ ପହଞ୍ଚିଲେ ମହାକାଳଙ୍କ ଶରଣରେ ….

1 min read

ନୂଆଦିଲ୍ଲୀ : ଭଗବାନଙ୍କ ଶରଣରେ ପଶିଲେ ରାହୁଲ-ଆଥିୟା । ବାବା ମହାକାଳଙ୍କୁ ଦର୍ଶନ କରି ବାବାଙ୍କ ଭସ୍ମ ଆଳତି ମଧ୍ୟ ଦେଖିଲେ ।ଖବର ଅନୁଯାୟୀ ଭାରତୀୟ କ୍ରିକେଟର କେ.ଏଲ ରାହୁଲ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଉଭୟ ଟେଷ୍ଟ ଏବଂ ଦିନିକିଆରେ ତାଙ୍କ ବ୍ୟାଟରୁ ରନ ବାହାରକୁ ଆସୁନାହିଁ ।

Advertisement

ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟେଷ୍ଟ ସିରିଜର ୩ ଇନିଂସରେ ସେ ୩୮ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଦିନିକିଆ ଦଳର ଉପ-ଅଧିନାୟକ ଯିବା ପରେ କେ.ଏଲ ରାହୁଲଙ୍କଠାରୁ ଟେଷ୍ଟରୁ ମଧ୍ୟ ଏହି ଦାୟିତ୍ୱ ଛଡାଇ ନିଆଯାଇଥିଲା । ବର୍ତମାନ ଦଳରେ ତାଙ୍କ ସ୍ଥାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି । ଖରାପ ସମୟରୁ ମୁକ୍ତି ପାଇବା ପାଇଁ କେ.ଏଲ ରାହୁଲ ଭଗବାନଙ୍କ ଶରଣରେ ପହଂଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ କେଏଲ ରାହୁଲ ଇନ୍ଦୋରରେ ପହଂଚିଛନ୍ତି । ତୃତୀୟ ଟେଷ୍ଟ ପୂର୍ବରୁ କେ.ଏଲ ରାହୁଲ ସ୍ତ୍ରୀ ଆଥିୟା ଶେଟ୍ଟୀଙ୍କ ସହ ଉଜୈନର ମହାକାଳ ମନ୍ଦିରରେ ପହଂଚିଥିଲେ । ଏଠାରେ ଉଭୟ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି ।

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କେଏଲ୍ ରାହୁଲ ଓ ଆଥିୟା ମହାକାଳଙ୍କ ପୂଜା କରି ତାଙ୍କର ଆଶୀର୍ବାଦ ନେଇଥିଲେ । ସେମାନେ ଗର୍ଭଗୃହରେ ମହାକାଳଙ୍କୁ ଜଳାଭିଷେକ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଭୟ ବିବାହ ପରେ ପ୍ରଥମ ଥର ପାଇଁ ମହାକାଳ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ । ନାଗପୁରରେ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ କେଏଲ ରାହୁଲ ସାଇ ବାବାଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ ।

Leave a Reply

Your email address will not be published. Required fields are marked *