ଟଙ୍କା ପାଇଁ ଲଙ୍କା କାଣ୍ଡ ; ବିଚ୍ ବଜାରରେ ଯୁବକଙ୍କୁ ଛୁରା ମାଡ ….
1 min readଜଳେଶ୍ଵର : ଟଙ୍କା ନେଣ ଦେଣକୁ ନେଇ ଯୁବକଙ୍କୁ ଛୁରା ମାଡ । ଟଙ୍କା ଉଧାର ନେଇ ନଫେରାଇବାରୁ ରାଗରେ ଛୁରା ମାଡ କଲା ଅଭିଯୁକ୍ତ । ତେବେ ଗୁରୁତ୍ବର ଯୁବକ ହେଲେ ଚନ୍ଦନ ନାଥ। । ଗୁରୁତ୍ବର ଅବସ୍ଥାରେ ଚନ୍ଦନ ନାଥ ଙ୍କୁ ଜଳେଶ୍ଵର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଏଭଳି ଘଟଣା ଘଟିଛି ଜଳେଶ୍ୱର ବ୍ଲକ ଅଧିନସ୍ଥ ଗୋବର୍ଦ୍ଧନପୁର ଗ୍ରାମରେ । ସୂଚନାମୁତାବକ ଚନ୍ଦନ ନାଥଙ୍କ ପାଖରୁ ସଂଜୟ ନାଥ ଟଙ୍କା ନ ପାଇବାରୁ ଭୁଜାଲି ମାଡ କରିଥିଲେ । ଗୁରୁତ୍ବର ଅବସ୍ଥାରେ ଚନ୍ଦନ ନାଥ ଙ୍କୁ ଜଳେଶ୍ଵର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଭୁଜାଲି ମାଡ କରିଥିବା ଯୁବକକୁ ସ୍ଥାନୀୟ ଲୋକେ ଗଛରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ଅଭିଯୁକ୍ତକୁ ଉଦ୍ଧାର କରି ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି ।