Pratidin TV

Odisha's Digital News Platform

୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର ପରେ ଫେରିବ କି ୧୦୦୦ ଟଙ୍କା ନୋଟ…?

1 min read

ମାକେର୍ଟକୁ ଫେରିବ କି ୧୦୦୦ଟଙ୍କା ନୋଟ? ଗତ କିଛିଦିନ ତଳେ ଆରବିଆଇ ଦ୍ୱାରା ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ ସମସ୍ତ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ସମୟ ସୀମା ମଧ୍ୟ ନିର୍ଦ୍ଧରିତ ହୋଇଥିଲା । ଲୋକମାନେ ନିଜ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟକୁ ନିକଟସ୍ଥ ବ୍ୟାଙ୍କରେ ବଦଳାଇ ଥିଲେ । ତେବେ ଆପଣମାନେ ସମସ୍ତେ ତ ଜାଣନ୍ତି କି ପୁର୍ବରୁ ୨ହଜାର ଟଙ୍କାର ନୋଟ ନ ଥିଲା । ଏହା ପରିବର୍ତ୍ତେ ସେତେବେଳେ ୧୦୦୦ ଟଙ୍କିଆ ନୋଟ ପ୍ରଚଳିତ ହେଉଥିଲା । ଆଉ ବର୍ତ୍ତମାନ ୨ହଜାର ନୋଟ ପ୍ରଚଳନ ବନ୍ଦ ହୋଇଯିବା ପରେ ୧୦୦୦ ଟଙ୍କା ନୋଟ ପ୍ରଚଳିତ ହେବା ନେଇ ଖବର ସାମ୍ନାକୁ ଆସୁଛି । କିନ୍ତୁ ୧୦୦୦ ଟଙ୍କା ନୋଟକୁ ପୁନ ଉତ୍ପାଦନ କରିବାକୁ କୈାଣସି ଯୋଜନା ନାହିଁ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ , ଆରବିଆଇ ୧୦୦୦ ଟଙ୍କିଆ ନୋଟର ପୁନ ପ୍ରବର୍ତ୍ତନ ଉପରେ ବିଚାର କରୁନାହିଁ । ୨୦୧୬ ରେ ପୁରୁଣା ୫୦୦ ଟଙ୍କା ନୋଟ୍ ସହିତ ୧୦୦୦ ଟଙ୍କିଆ ନୋଟ୍ ବିମୁଦ୍ରୀକରଣ କରାଯାଇଥିଲା । ୧୦୦୦ ଟଙ୍କିଆ ନୋଟ୍ ବଦଳରେ ସରକାର ନୂତନ ୨୦୦୦ ଟଙ୍କିଆ ନୋଟ୍ ପ୍ରବର୍ତ୍ତନ କରିଥିଲେ । ନୂତନ ୫୦୦ ଟଙ୍କିଆ ନୋଟ ମଧ୍ୟ ପ୍ରଚଳନ କରାଯାଇଥିଲା । ଆରବିଆଇ ଚଳିତ ବର୍ଷ ୧୦୦୦ ଟଙ୍କାର ନୋଟ ପୁନ-ପ୍ରବର୍ତ୍ତନ ନେଇ କଳ୍ପନା ଜଳ୍ପନାର କାରଣ ହୋଇ ୨୦୦୦ ରୁ ଅଧିକ ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ବେଳେ ୧୦୦୦ ଟଙ୍କିଆ ନୋଟ୍ ପୁଣି ଫେରିବା ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

Leave a Reply

Your email address will not be published. Required fields are marked *