Pratidin TV

Odisha's Digital News Platform

କିଭଳି ହୁଏ ମତଗଣନା ? ଜାଣନ୍ତୁ କିଏ ଖୋଲିବ ଷ୍ଟ୍ରଙ୍ଗ ରୁମର ତାଲା ଏବଂ କେଉଁ ପ୍ରକ୍ରିୟାରେ ହୁଏ ଭୋଟ ଗଣତି ?

1 min read

ଦିନକ ପରେ ବାହାରିବ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ଫଳାଫଳ ତଥା 2024  ସାଧାରଣ ନିର୍ବାଚନ ଫଳାଫଳ । ଆସନ୍ତା 4 ତାରିଖରେ ଭୋଟ ଗଣତି ସହିତ ସ୍ପଷ୍ଟ ହୋଇଯିବ କି କେଉଁ ଦଳ ସରକାର ଗଢିବ । ଇଭିଏମରୁ ହେଉଥିବା ଏହି ନିର୍ବାଚନରେ ମତଗଣନା କିଭଳି ପ୍ରକାରର ହେବ ?  ,  କିଏ ଖୋଲିବ ଷ୍ଟ୍ରଙ୍ଗ ରୁମ ର ଚାବି ? କେଉଁମାନେ କରିବେ ଭୋଟ ଗଣତି ?  ସେ ସଂପର୍କରେ ଆସନ୍ତୁ ଜାଣିବା ।

ଭୋଟ ଗଣତି ଦିନ ପ୍ରତ୍ୟେକ ଦଳର ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସକାଳ ପ୍ରାୟ ୭ଟା ବେଳେ ଷ୍ଟ୍ରଙ୍ଗରୁମ୍‌‌ ଚାବି ଖୋଲାଯାଇଥାଏ ଏ। ଏହି ସମୟରେ ନିର୍ବାଚନ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥାନ୍ତି। ପ୍ରଥମେ  ଏସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥାଏ। ସିସିଟିଭି ନଜରରେ ପୁରା ଷ୍ଟ୍ରଙ୍ଗରୁମ୍‌‌ ରହିଥାଏ। ଇଭିଏମକୁ ଟେବୁଲ ଉପରେ ରଖିବା ପରେ କଣ୍ଟ୍ରୋଲ ୟୁନିଟ୍‌‌ ସହିତ ୟୁନିଟ୍‌‌ ଆଇଡିର ସିଲ୍‌‌ ମିଶାଯାଇଥାଏ। ପ୍ରତ୍ୟେକ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟଙ୍କୁ ମଧ୍ୟ ଦେଖାଯାଇଥାଏ। ଏହାବାଦ କଣ୍ଟ୍ରୋଲ ୟୁନିଟ୍‌‌ ବଟନ୍‌‌ ଦବାଇବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଭୋଟ୍‌‌ ଇଭିଏମରେ ତାଙ୍କ ନାମ ପାଖରେ ଦେଖାଯିବା ପରେ ଗଣତି ଆରମ୍ଭ ହୁଏ।

ଯେକୌଣସି ଗଣନା କେନ୍ଦ୍ରର ଗୋଟିଏ ହଲରେ ସମୁଦାୟ ୧୫ଟି ଟେବୁଲ ରହିଥାଏ। ଗଣନା ପାଇଁ ୧୪ଟି ଟେବୁଲ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଗୋଟିଏ ଟେବୁଲ ରହିଥାଏ। କେଉଁ କର୍ମଚାରୀ କେଉଁ ଟେବୁଲରେ ଗଣତି କରିବେ ତାହା ଗୁପ୍ତ ରଖାଯାଏ। ଗଣନା ଦିନ ସକାଳ ୫-୬ଟା ଭିତରେ ପ୍ରତ୍ୟେକ ଜିଲାର ନିର୍ବାଚନ ଅଧିକାରୀମାନେ କର୍ମଚାରୀମାନଙ୍କୁ ହଲ ଏବଂ ଟେବୁଲ ବଣ୍ଟନ କରିଥାନ୍ତି। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥାଏ ।   ସମୟରେ ପରିବର୍ତ୍ତନ କରିବାର କ୍ଷମତା ରିଟର୍ଣ୍ଣିଂ ଅଫିସର ପାଖରେ ରହିଛି। ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍‌‌ ଏବଂ ଇଲେକ୍ଟ୍ରୋନିକ୍‌‌ ପୋଷ୍ଟାଲ ବାଲାଟ୍‌‌ ଗଣତି ହୋଇଥାଏ। ଏଥିରେ ପ୍ରାୟ ୩୦ମିନିଟ୍‌‌ ସମୟ ଲାଗିଥାଏ। ପୋଷ୍ଟାଲ୍‌‌ ବାଲାଟ୍‌‌ ଗଣତି ପରେ ଇଭିଏମ୍‌‌ ଭୋଟ ଗଣତି କରାଯାଏ। ଇଭିଏମ୍‌‌ ଭୋଟ ଗଣତି ସକାଳ ୯ଟାରେ ଆରମ୍ଭ ହୁଏ।

ନିର୍ବାଚନ ଆୟୋଗର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗଣନା ସେଣ୍ଟର ପ୍ରତ୍ୟେକ ଟେବୁଲରେ ପ୍ରର୍ଥୀଙ୍କ ପକ୍ଷରୁ ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିପାରିବେ। କୌଣସି ହଲରେ ମୋଟ ୧୫ରୁ ଅଧିକ ଏଜେଣ୍ଟ ରହିପାରିବେ ନାହିଁ। ଗଣତି କେନ୍ଦ୍ର ଭିତରକୁ କେବଳ ଗଣନାକାରୀ କର୍ମଚାରୀ, ରିଟର୍ଣ୍ଣିଂ ଅଫିସର, ସୁରକ୍ଷା କର୍ମୀ ଏବଂ ଏଜେଣ୍ଟ ଯାଇପାରିବେ। ଗଣନା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଏଜେଣ୍ଟମାନେ କେହି ବି ବାହାରକୁ ଯିବାକୁ ଦିଆଯାଇନାହିଁ ।

Leave a Reply

Your email address will not be published. Required fields are marked *