Pratidin TV

Odisha's Digital News Platform

ଜାଣନ୍ତୁ ସଙ୍କଟମୋଚନଙ୍କ ଦିନରେ କାହିଁକି ଅନ୍ୟକୁ ଦିଆଯାଏନି ଋଣ, କଣ ରହିଛି କାରଣ?

ସବୁ ବାର କିଛି ନା କିଚି ଦେବତାଙ୍କୁ ସମର୍ପିତ ହୋଇଥାଏ । ଯେମିତି କି ସୋମବାର ଦିନ ମହାଦେବଙ୍କ ବାର ଅଯେ ।ଏହି ଦିନରେ ବିଶେଷ କରି ମହାଦେବଙ୍କୁ ପୂଜା କଲେ ଭଲ ବର ମିଳିଥାଏ । ସେହେିଭଳି ମଙ୍ଗଳବାର ଦିନଟି ବିଶେଷ କରି ପ୍ରଭୁ ହନୁମାନଙ୍କୁ ସମର୍ପିତ ହୋଇଥାଏ । ମାନ୍ୟତା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସେମାନଙ୍କ ଜୀବନରେ ଆସୁଥିବା ସବୁ କଷ୍ଟ ଦୂର ହୋଇଥାଏ । ସେହିପରି ମଙ୍ଗଳବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ହନୁମାନଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

ତେବେ ଆସନ୍ତୁ ଜାଣିବା..
ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ସମସ୍ୟା ତଥା ବାଧାବିଘ୍ନ ଦୂର ହୋଇଥାଏ ।
ମାନ୍ୟତା ଅନୁଯାୟୀ ମଙ୍ଗଳବାର ଦିନ ନଖ ଓ କେଶ କାଟିବକାୁ ମନା କରାଯାଏ । ନିୟମ ଭାଙ୍ଗିଲେ ବିପଦ ଆସିବ । ଏପରି କରିବା ଦ୍ୱାରା ମଙ୍ଗଳ ଦେବତା ଓ ପ୍ରଭୁ ହନୁମାନ ଅସନ୍ତୁଷ୍ଟ ହୋଇଥାଆନ୍ତି ।
ମଙ୍ଗଳବାର ଦିନ ଆମିଷ ଓ ଅନ୍ୟ କୌଣସି ନିଶା ଜିନିଷର ସେବନ କରନ୍ତୁ ନାହିଁ ।
ମଙ୍ଗଳବାର ଦିନ ଯେଉଁମାନେ ଓସା ବ୍ରତ ପାଳନ କରୁଛନ୍ତି ସେମାନେ ଲୁଣ ସେବନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ବ୍ରତର ସଠିକ୍ ଫଳ ମିଳିନଥାଏ ।
ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ କାହାକୁ କରଜ ଭାବେ ଟଙ୍କା ଦିଅନ୍ତୁ ନାହିଁ । ଏହି ଦିନ କରଜ ଦେବା ଦ୍ୱାରା ବିଶ୍ୱାସ କରାଯାଏ ଯେ ଏହି ଟଙ୍କା ମିଳିବା ଖୁବ କଷ୍ଟକର ହୋଇଥାଏ ।
ମଙ୍ଗଳବାର ଦୈନିକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ବିଶେଷ ଯାତ୍ରା କରନ୍ତୁ ନାହିଁ । ନିତାନ୍ତ ଆବଶ୍ୟକ ହେଲେ ଗୁଡ ଖାଇ ଯାତ୍ରା କରନ୍ତୁ । ବିଶ୍ୱାସ ରହିଛି ସେ ଭଲ କାର୍ଯ୍ୟ ପାଇଁ ଅଲଗା ଦିନ ବାଛନ୍ତୁ ।

Leave a Reply

Your email address will not be published. Required fields are marked *