Pratidin TV

Odisha's Digital News Platform

ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜି ରହିଛି କେତେ ଦର..

1 min read

ଦେଶର ଅନେକ ସ୍ଥାନରେ ସୁନା ଦର ଅପରିବର୍ତ୍ତିତ ରହିଛି । ଗତକାଲି ପରି ଆଜି ବି ସୁନା ଦର ସ୍ଥିର ରହିଛି । ସୁନା କିଣିବାକୁ ଯାଉଥିଲେ ଟିକେ ନଜର ପକାଇ ଦିଅନ୍ତୁ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୪,୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୯,୯୫୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୦୦ ଟଙ୍କା ଓ ୬୦,୧୦୦ ଟଙ୍କା ରହିଛି । ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୯୫୦ ଟଙ୍କା ଓ ୫୯,୯୫୦ ଟଙ୍କା ଥିବା ରେକର୍ଡ ହୋଇଛି । ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୨୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୨୩୦ଟଙ୍କା ଥିବା ରେକର୍ଡ ହୋଇଛି । କଲିକତାରେ ଯଥାକ୍ରମେ ଏହି ଦର ୫୪,୯୫୦ ଟଙ୍କା ଓ ୫୯,୯୫୦ ଟଙ୍କା ରହିଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୯୫୦ ଟଙ୍କା ଟଙ୍କା ଓ ୫୯,୯୫୦ ଟଙ୍କା ହୋଇଛି ।

Advertisement

Leave a Reply

Your email address will not be published. Required fields are marked *