Pratidin TV

Odisha's Digital News Platform

ଜାଣନ୍ତୁ ଭୂତେଶ୍ୱରନାଥ ମହାଦେବଙ୍କ ରହସ୍ୟମୟ ଲିଙ୍ଗ ବିଷୟରେ,କିଭଳି ବଢୁଛି ଶିବଲିଙ୍ଗର ଆକାର..

ଦେଶର କୋଣ ଅନୁକୋଣରେ ରହିଛି ମହାଦେବଙ୍କ ଅନେକ ଶିବଲିଙ୍ଗ ଓ ମୂର୍ତ୍ତି । ସେଭଳି ଏକ ଶିବ ଲିଙ୍ଗ ରହିଛି ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚଯ୍ୟ ହେବେ ।ଛତିଶଗଡର ଗରିିଆବନ୍ଦ ଜିଲ୍ଲାରେ ରହିଛି ମରୋଦା ଗାଁ । ସେଠାରେ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଶିବଲିଙ୍ଗ ରହିଛି । ଯାହା ଭୂତେଶ୍ୱର ନାଥ ନାମରେ ପ୍ରସିଦ୍ଧ ଅଟେ । କୁହାଯାଏ ଯେ ଏହା ବିଶ୍ୱର ସବୁଠୁ ବୃହତ ଶିବଲିଙ୍ଗ ଅଟେ । ଏଥିସହ ଏହି ଶିବଲିଙ୍ଗ ସହ ଜଡିତ କିଛି ଅଭୁତ ରହସ୍ୟ ମଧ୍ୟ ରହିଛି । ସେଠାକର ଲୋକ କୁହନ୍ତି ପ୍ରତି ବର୍ଷ ଏହି ଶିବ ଲିଙ୍ଗ ଆକାର ବଢିଥାଏ ।ଯାହା ଆକାର ବଢିବା ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ରହସ୍ୟ ହୋଇ ରହିଛି । ପ୍ରତି ବର୍ଷ ଶ୍ରାବଣ ମାସର ସୋମବାର ଦିନ ଶିବଲିଙ୍ଗ ଠାରୁ ଆଶୀର୍ବାଦ ଏବଂ ଜଳ ଅର୍ପଣ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ କାଉଡିଆ ଙ୍କ ସୁଅ ଛୁଟିଥାଏ । ପ୍ରତ୍ୟେକ ବର୍ଷ ୬ ରୁ ୮ ଇଂଚ ବୃଦ୍ଧି ପାଉଥିବା ଏହି ଶିବଲିଙ୍ଗର ଚମତ୍କାରିତା ଦେଖି ଲୋକଙ୍କ ମନରେ ଶିବଙ୍କ ପାଇଁ ଶ୍ରଦ୍ଧା ଏବଂ ବିଶ୍ୱାସ ଜାଗ୍ରତ ହୋଇଥାଏ ।

ଶିବଲିଙ୍ଗର ଆକାର ଆପେ ଆପେ ବଢିଥାଏ । ଏହାର ଉଚତା ୧୮ ଫୁଟ ଏବଂ ଗୋଲେଇ ୨୦ ଫୁଟ । ପ୍ରତି ବର୍ଷ ଏହାର ଉଚତା ମାପିଲେ ଜଣା ପଡିଥାଏ ଯେ ଏହାର ଆକାର ନିରନ୍ତର ଭାବେ ୬ ରୁ ୮ ଇଂଚ ବଢିଥାଏ । ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ରଥମେ ଏହି ଶିବଲିଙ୍ଗରର ଆକାର ଛୋଟ ଥିଲା । କିନ୍ତୁ ସମୟାନୁକ୍ରମେ ଧୀରେ ଧୀରେ ଏହି ଶିବଲିଙ୍ଗର ଉଚ୍ଚତା ଏବଂ ଗୋଲେଇରେ ବୃଦ୍ଧି ଘଟିଥିଲା । ଯାହା ଏବେ ବି ବଢୁଛି । ଏଥିସହ ଏହି ଲିଙ୍ଗ ପାଖରେ ଏକ ପ୍ରକାରର ଶବ୍ଦ ଶୁଣିବାକୁ ମିଳିଥାଏ । ଛତିଶଗଡ ଭାଷାରେ ଗର୍ଜନକୁ ଭର୍କୁରା କୁହାଯାଇଥାଏ ।

ଏଥିପାଇଁ ଏହି ସ୍ଥାନର ନାଁ ଭୂତେଶ୍ୱରନାଥ , ଭକୁରା ମହାଦେବ ଭାବେ ପରିଚିତ ହୋଇଛି । କେତେକ ପୁରାଣରେ ମଧ୍ୟ ଏହାର ବର୍ଣ୍ଣନା ରହିଛି । ପୁରାଣ ଅନୁସାରେ ଏହି ଅଭୁତ ଏବଂ ଭବ୍ୟ ଶିବଲିଙ୍ଗଙ୍କ ପୂଜା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଶିବଲିଙ୍ଗ ଘଞ୍ଚ ଜଙ୍ଗଲ ଭିତରେ ରହିଛି । ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବା ପାଇଁ ଆସିଥାନ୍ତି । ଅଧିକାଂଶ ଭକ୍ତ ଏଠାକୁ ଶିବଲିଙ୍ଗର ଆକାର ବୃଦ୍ଧି ଦେଖିବା ପାଇଁ ମଧ୍ୟ ଆସିଥାନ୍ତି ।ଶ୍ରାବଣ ମାସ ଆସିଲେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଲିଂଗରେ ପାଣି ଢାଳିବାକୁ ଦେଶର କୋଣଅନୁକୋଣ ରୁ କଉଡିଆ ମାନେ ଖାଲିପାଦରେ ରେ ଚାଲି ଆସିଥାନ୍ତି

Leave a Reply

Your email address will not be published. Required fields are marked *