Pratidin TV

Odisha's Digital News Platform

ଦିୱାଲୀ ପର୍ବ କାହିଁକି ପାଳନ କରାଯାଏ? ଜାଣନ୍ତୁ ଏହି ପର୍ବ ସମ୍ବନ୍ଧୀୟ ପୈାରାଣିକ କାହାଣୀ…

ଆମେ ସସସ୍ତେ ଜାଣୁ ଯେ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦିପାବଳୀ ପର୍ବ ପାଳନ କରାଯାଏ । ଏହି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ଉପାସନାର ବିଶେଷ ମହତ୍ୱ ରହିଛି । ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ଦିପାବଳୀ ପାଳନ କରାଯାଏ। ଦିପାବଳୀ ଦିନ ପ୍ରଭୁ ଶ୍ରୀରାମ ଚନ୍ଦ୍ର ପିତୃସତ୍ୟ ପାଳନ ପୂର୍ବକ ୧୪ବର୍ଷ ବନବାସ ସମାପ୍ତ କରି ଅଯୋଧ୍ୟା ଫେରିଥିଲେ । କିନ୍ତୁ ଆପଣମାନଙ୍କ ମଧ୍ୟରୁ ଖୁବ କମ ଲୋକ ଜାଣିଥିବେ ଯେ ଏହିଦିନ ପାଣ୍ଡବ ମାନେ ମଧ୍ୟ ୧୩ ବର୍ଷ ନିର୍ବାସନ ସାରି ଘରକୁ ଫେରିଥିଲେ ବୋଲି । ତେବେ ଆସନ୍ତୁ ଜାଣିବା ଯେ ଦୀପାବଳି ପର୍ବ ସହିତ ଆଉ କେଉଁ କାହାଣୀ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ, କାର୍ତ୍ତିକ ମାସର ଅମାବାସ୍ୟା ଦିନ ପ୍ରଭୁ ଶ୍ରୀ ରାମ ୧୪ ବର୍ଷ ନିର୍ବାସିତ ସମୟ ସମାପ୍ତ କରିବା ପରେ ନିଜ ଜନ୍ମସ୍ଥାନ ଅଯୋଧ୍ୟା ସହରକୁ ଫେରିଥିଲେ । ଏହି ଅବସରରେ ଅଯୋଧ୍ୟା ର ସମସ୍ତ ଲୋକ ପ୍ରଭୁ ଶ୍ରୀ ରାମଙ୍କୁ ଆଲୋକ ଉତ୍ସବର ଆୟୋଜନ କରି ସ୍ୱାଗତ କରିଥିଲେ । ସେହିଦିନ ଠାରୁ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦିପାବଳୀ ପର୍ବ ପାଳନ କରାଯାଏ । ଏହା ସହିତ ଘର ଏବଂ ଆଖପାଖ ସ୍ଥାନଗୁଡିକ ମଧ୍ୟ ଆଲୋକରେ ସଜାଯାଏ । ଆଉ ଶ୍ରୀରାମଙ୍କ ଫେରିବା ନେଇ ଯେପରି ଅଯୋଧ୍ୟା ବାସୀ ଖୁସି ମନାଇଥିଲେ, ସେହିପରି ସମସ୍ତେ ଦୀପାବଳୀରେ ବାଣ ଫୁଟାଇ ଖୁସି ମନାଇଥାନ୍ତି ।

ସେହିପରି ମହାଭାରତରେ ମଧ୍ୟ କାର୍ତ୍ତିକ ମାସର ଅମାବାସ୍ୟାରେ ପାଣ୍ଡବ ୧୩ ବର୍ଷ ନିର୍ବାସନ ସମାପ୍ତ କରିବା ପରେ ନିଜ ଘରକୁ ଫେରି ଆସିଥିଲେ । କୈାରବ ମାନଙ୍କ ସହ ଜୁଆ ଖେଳରେ ପରାସ୍ତ ହେବା ପରେ କୈାରବମାନେ ତାଙ୍କୁ ୧୩ ବର୍ଷ ନିର୍ବାସନରେ ଦଣ୍ଡିତ କରିଥିଲେ । ଯେଉଁଥିପାଇଁ ସେମାନେ ବନବାସରେ ହେି ଦିନ କାଟିଥଥରଲେ । ଆଉ ଯେଉଁଦିନ ପାଣ୍ଡବମାନେ ଘରକୁ ଫେରିଥିଲେ, ସେଦିନ ସହରବାସୀ ସେମାନଙ୍କ ଆଗମନକୁ ପାଳନ କରିବା ପାଇଁ ଆଲୋକର ପର୍ବରେ ସ୍ୱାଗତ କରିଥିଲେ । ସେହି ଦିନଠାରୁ ଦିୱାଲୀ ପର୍ବ ପାଳନ କରାଯାଇଥିବାର ବିଶ୍ୱାସ କରାଯାଏ ।

ଏହା ବ୍ୟତୀତ ଶାସ୍ତ୍ରରେ ଏକ ବର୍ଣ୍ଣନା ଅଛି ଯେ ଯେତେବେଳେ ଦେବତା ଏବଂ ରାକ୍ଷସ ମାନେ ସମୁଦ୍ର ମନ୍ଥନ କରୁଥିଲେ ।ସେମଧ୍ୟରୁ ୧୪ ଟି ରତ୍ନ ଜନ୍ମ ହେଲା ଏବଂ ମା’ ଲକ୍ଷ୍ମୀ ମଧ୍ୟ ଜନ୍ମ ନେଇଥିଲେ । ବିଶ୍ୱାସ କରାଯାଏ ଯେ କାର୍ତ୍ତିକ ମାସର ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଜନ୍ମ ହୋଇଥିଲେ । ତେଣୁ ଦୀପାବଳି ଦିନ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ସୁଖ, ସମୃଦ୍ଧତା, ଧନ, ଖ୍ୟାତି ଆସିଥାଏ ଏବଂ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ।

Leave a Reply

Your email address will not be published. Required fields are marked *