ଜାଣନ୍ତୁ ଏହି ଦିନ ମିଳିବ ସୁଭଦ୍ରା ଟଙ୍କା,ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ I
1 min readଆଜି ରାଜ୍ୟରେ ବସିବ କ୍ୟାବିନେଟ ବୈଠକ | ରାଜ୍ୟରେ ନବ ଗଠିତ ବିଜେପି ସରକାରର ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ହେବ ଆଲୋଚନା | ଆଗାମୀ ୨୫ ତାରିଖରେ ରାଜ୍ୟ ବଜେଟ ଆରମ୍ଭ ହେବାକୁ ଥିବା ବେଳେ ଏହାପୂର୍ବରୁ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି |
ବୈଠକରେ କୃଷି, ଜଳ ସମ୍ପଦ ଯୋଜନା ଓ ସଂଯୋଜକ ଆଇନ ବିଭାଗ କେତେ ଗୁଡିଏ ନିଷ୍ପତି ନିଆଯାଇପାରେ | ସେହିପରି ଗତ ଜୁନ ୧୯ ତାରିଖରେ ହାଇକୋର୍ଟରେ ରାଜ୍ୟ ସରକାର ଜଷ୍ଟିସ ରଘୁବର ଦାସ କମିଶନ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନା କରିବା ନେଇ ସତ୍ୟପାଠ ଦାଖଲ କରିଥିଲେ | ତେବେ ଏହି ପରିପ୍ରେକ୍ଷୀରେ ଆଜିର ବୈଠକରେ ସମସ୍ତଙ୍କ ରହିଛି ନଜର |
ତେବେ ଅପରପକ୍ଷରେ ଗତ ଜୁନ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲା, ଏବଂ ଶ୍ରୀମନ୍ଦିର ୫00 କୋଟିର କର୍ପସ ଫାଣ୍ଡି ଗଠନ, ଧାନର ଏମଏସପି ୩୧00ଟଙ୍କାକୁ ବୃଦ୍ଧି ଏପରିକି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫0 ହଜାର ଟଙ୍କା ଭାଉଚର ପ୍ରଦାନ ନେଇ ନିଷ୍ପତି ହୋଇଥିଲା | ତେବେ ଏହି ନିଷ୍ପତିର ସ୍ଥିତି ଏବଂ ଏହା କିପରି କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା ହେବ | ତେବେ ମୋହନ ସରକାର ୧00 ଦିନିଆ ରୋଡ଼ ମ୍ୟାପ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବୈଠକରେ ଆଉ ଅନେକ ନିଷ୍ପତି ନିଆଯାଇପାରେ |