Pratidin TV

Odisha's Digital News Platform

ଚା’ ବନେଇବାର ସଠିକ୍ ପ୍ରଣାଳୀ ଜାଣନ୍ତୁ , ଆଉ ହେବନି ଗ୍ୟାସ୍ କି ଏସିଡିଟି …

1 min read

ଭୁବନେଶ୍ୱର ; ଅଧିକାଂଶ ଲୋକମାନେ ଚା ପିଇବାକୁ ଖୁବ୍ ଭଲ ପାଆନ୍ତି । ବେଶ୍ କରି ଶୀଦିନେ , ଦୋକାନ , ଘରେ ସବୁଠି ଚା ଖଟି ଜମିଥାଏ । କିନ୍ତୁ ଏହି ଚା ଆମ ପେଟରେ ଏସିଡିଟି ଆଉ ଗ୍ୟାସ ଭଳି ସମସ୍ୟା ସୃଷ୍ଟି କରିଥାଏ । ଆଜିକାଲି ଇଷ୍ଟା ଟ୍ରେଣ୍ଡ ଦେଖି ମଧ୍ୟ କିଛି ଲୋକ ସେହି ପ୍ରଣାଲୀରେ ଚା ବନାଉଛନ୍ତି । ତେବେ ଆପଣମାନେ ବି ଯଦି ଦୈନନ୍ଦିନ ଜୀବନରେ ଚା ବନାଇବା ସମୟରେ ସଠିକ୍ ପ୍ରଣାଳୀରେ ଏହାକୁ ପ୍ରସ୍ତୁତ ନକରନ୍ତି । ତେବେ ଏହା ଆପଣଙ୍କ ପେଟରେ ଏସିଡିଟି କରାଇବ ।

ଚାଲନ୍ତୁ ଜାଣିବା ଏହାର ସଠିକ୍ ପ୍ରଣାଳୀ –
ବୋହୁତ୍ ଲୋକେ ଚା ବନାଇବା ସମୟରେ ଅମୁଲ ବା କ୍ଷୀରକୁ ପ୍ରଥମେ ଫୁଟାଇଥାନ୍ତି । କିନ୍ତୁ ଏକା କରିବା ପୁରା ପୁରି ଭୁଲ । ପ୍ରଥମେ ପାଣିରେ ଚିନି ଚା ପତି ପକାଇ ସେସବୁ ଫୁଟାନ୍ତୁ । ଫୁଟିବା ପରେ ମାପ ଅନୁଯାୟୀ କ୍ଷୀର ବା ଅମୁଲ ମିଶାନ୍ତୁ ଏବଂ ଆବଶ୍ୟକ ଥିଲେ ଅଦା ବା ଗୁଜୁରାତି ବା ଗୋମରିଚ ପକାଇ ଅଳ୍ପ ଫୁଟାନ୍ତୁ । ଏହାପରେ ଛାଙ୍କି ପିଅନ୍ତୁ ।

Advertisement

ଉଦାହରଣ -୨ କପ ଚା’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦେଢ କପ ପାଣିରେ ଏକ କପ କ୍ଷୀର ମିଶାନ୍ତୁ।
ପ୍ରଥମେ ଗ୍ୟାସରେ ପାତ୍ର ବସାଇ ଚା’ପତି ଓ ଚିନି ପକାଇ ଏହାକୁ ଫୁଟାନ୍ତୁ। ଏପରି କରିବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ହୋଇନଥାଏ। ଏହାପରେ କ୍ଷୀର ପକାଇ ଫୁଟାନ୍ତୁ।

Leave a Reply

Your email address will not be published. Required fields are marked *