Pratidin TV

Odisha's Digital News Platform

କୁମାର ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ଯୋଗୁଁ ଜାଣନ୍ତୁ କେତେବେଳେ କରିବେ ଚାନ୍ଦ ପୂଜା…

1 min read

ଚଳିତ ମାସ ୨୮ କୁମାର ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣକୁ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ କୁହାଯାଉଛି । ଚନ୍ଦ୍ର ଗହଣ ୨୯ ତାରିଖ ମଧ୍ୟ ରାତ୍ରି ୧ଟା ୪୦ ମିନିଟରେ ଲାଗୁଥିବା ବେଳେ ଗ୍ରହଣ ଲାଗିବାର ପୂର୍ବରୁ ତିନି ପ୍ରହର ଅର୍ଥାତ ୯ ଘଣ୍ଟା ସମୟ ମଧ୍ୟକୁ ସୁତକ କାଳ କୁହାଯାଉଛି । ତେବେ ୨୮ ତାରିଖ ଦିନ କୁମାର ପୂର୍ଣ୍ଣିମା ପୁଜା ଥିବାରୁ ଚନ୍ଦ୍ରପୂଜା ଏବଂ ଆଞ୍ଜୁଳି ଟେକିବାକୁ ନେଇ ଦ୍ୱନ୍ଦରେ ରହିଛନ୍ତି କୁମାରୀ ମାନେ । ତେବେ ସେମାନଙ୍କ ଦ୍ୱନ୍ଦ ଦୂର କରିବା ପାଇଁ ଆସନ୍ତୁ ଜାଣିବା କେଉଁ ସମୟରେ ଚନ୍ଦ୍ର ପୁଜା କରାଯିବ । ତେବେ ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଏବଂ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ସାଧାରଣତଃ କୁମାରୀ ମାନେ ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରିଥାନ୍ତି । ଯେହେତୁ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିନ ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ । ତେଣୁ ଏହି ସମୟ ମଧ୍ୟରେ ଆପଣ କୈାଣସି ପୁଜାପୁଜି କରିପାରିବେ ନାହିଁ ବା ଚନ୍ଦ୍ରପୂଜା କରିପାରିବେ ନାହିଁ । ଆପଣ ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରିପାରିବେ । ୨୮ ତାରିଖ ସକାଳ ୫ ଟାରୁ ୫.୩୦ ମଧ୍ୟରେ ଆଞ୍ଜୁଳି ଟେକିବା ସମୟ ରହିଛି । ସେହିପରି ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରିବାର ମୂହୁର୍ତ୍ତ ରହିଛି ।

Advertisement

Leave a Reply

Your email address will not be published. Required fields are marked *