Pratidin TV

Odisha's Digital News Platform

ଜାଣନ୍ତୁ ବାତ୍ୟା ସମୟରେ କଣ କରିବେ ଏବଂ କଣ କରିବେ ନାହିଁ ?

1 min read

ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା। ୨୪ ରାତିରେ ୨୫ ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା। ଆଜି ରାତିରୁ କାଲି ସକାଳ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ। ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ।

 ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । ହାକୁ ନେଇ ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କଣ କଲେ ଆପଣ ସୁରକ୍ଷିତ ରହିବେ ଓ କଣ କରିବେ ନାହିଁ ତାହା ଆସନ୍ତୁ ଜାଣିବା ।

Advertisement

ବାତ୍ୟା ସମୟରେ କଣ କରିବେ

. ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ, ଘରୁ ବାହାରନ୍ତୁ ନାହିଁ

. ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ

. ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ

. ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ

. ବାତ୍ୟା ନେଇ ଆସୁଥିବା ଖବର ସହ ଅପଡେଟ୍ ରୁହନ୍ତୁ

ବାତ୍ୟା ସମୟରେ କଣ କରିବେ ନାହିଁ ?

. ଘରର ଉପର ମହଲାରେ ରୁହନ୍ତୁ ନାହିଁ

. ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ

. ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *