Pratidin TV

Odisha's Digital News Platform

ଆପଣଙ୍କ ଶରୀର ପାଇଁ କେଉଁ ସମୟରେ ଚାଲିବା ଠିକ୍ ଜାଣନ୍ତୁ ?

1 min read

ଅଧିକାଂଶ ଲୋକ ନିଜକୁ ଫିଟ୍ ରଖିବା ପାଇଁ ମଣ୍ଣିଂ ୱାର୍କ କରିଥାନ୍ତି । ଆଉ କିଛି ନିଜକୁ ମେଣ୍ଟନ୍ କରିବା ପାଇଁ ଚାଲିଥାନ୍ତି । ତେବେ ଏହା ଜାଣିନେବା ଉଚିତ୍ ଯେ ଆପଣ ଠିକ୍ ସମୟରେ ଚାଲୁଛନ୍ତି କି ନାହିଁ । କାହିଁକି ନା ସଠିକ୍ ସମୟରେ ଚାଲିବା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ବଡ ଭୂମିକା ନେଇଥାଏ । ଚାଲନ୍ତୁ ଜାଣିବା କେଉଁ ସମୟରେ ଚାଲିବା ଠିକ୍ ।

ବର୍ତ୍ତମାନ ଶୀତଦିନ ଚାଲିଛି ଆଉ ଶିତଦିନେ କୁହୁଡି ହେତୁ ସକାଳର ତାପମାତ୍ରା ବହୁତ କମ୍ ଥାଏ । ଯାହା ଥଣ୍ଡା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟିକରିଥାଏ ।

Advertisement

ନାକରେ କୁହୁଡି ପଶି ଆପଣଙ୍କ ଶରୀରକୁ ଏହା ଅସୁସ୍ଥ କରିଥାଏ । ତେଣୁ ଶୀତଦିନେ ଆପଣମାନେ ସୂର୍ଯ୍ୟଦୟ ପୂର୍ବରୁ ଚାଲନ୍ତୁ ନାହିଁ । ସୂର୍ଯ୍ୟଦୟ ହେବାପରେ ଏହାର ହାଲୁକା କିରଣ ଆପଣଙ୍କ ଶରୀରରେ ଭିଟାମିନ୍ ଡି ଯୋଗାଇଥାଏ । ଆଉ କୁହୁଡି ମଧ୍ୟ ସେ ସମୟରେ ନଥାଏ । ତେଣୁ ଶୀତଦିନେ ସର୍ବୋତମ ସମୟ ହେଉଛି ସୂର୍ଯ୍ୟଦୟ ପରେ ବା କୁହୁଡି କମିଲେ ।

ଆଉ ଏକ ଭଲ ସମୟ ଅଛି ଯେତେବେଳେ ଆପଣମାନେ ଚାଲିପାରିବେ । ଯଦି ସକାଳେ ଆପଣଙ୍କୁ ସମୟ ନହେଉଛି ତେବେ ଆପଣ ସନ୍ଧ୍ୟା ୪ଟା ୩୦ ରୁ ୬ ଟା ମଧ୍ୟରେ ଚାଲିପାରିବେ । ଏହା ଉଭୟ ସ୍ୱାସ୍ଥ୍ୟ ଏବଂ ଶରୀର ପାଇଁ ଲାଭଦାୟକ ।

Leave a Reply

Your email address will not be published. Required fields are marked *