Pratidin TV

Odisha's Digital News Platform

ଜାଣନ୍ତୁ କେଉଁ ଦିନ ପାଳନ କରାଯିବ ଦିପାବଳୀ ୩୧ ତାରିଖ ନା ୧ରେ…

1 min read

ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ହେଲା ଦିପାବଳୀ। ଅମାବାସ୍ୟା ଅନ୍ଧାକାରକୁ ଦୀପ ଜଳାଇ ଦୂର କରାଯାଏ।ଦିପାବଳୀ ଦିନ ପୂର୍ବଜଙ୍କୁ ଦୀପ ଦାନ କରି ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହ ମା’ ଲକ୍ଷ୍ମୀଙ୍କୁ ବି ଆରାଧନା କରାଯାଇଥାଏ। ଦିପାବଳୀ ପୂର୍ବରୁ ଘରକୁ ସଜାଇ ନୂଆ ପୋଷାକ, ଗହଣା ପିନ୍ଧି ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି ଲୋକେ। ତେବେ ଚଳିତ ବର୍ଷ ପାଳନ କରାଯିବ ଦିପାବଳୀ। 31 ତାରିଖ ନା 1ରେ ତାହା ଆସନ୍ତୁ ଜାଣିବା ।

ପଞ୍ଚାଙ୍ଗ ଅନୁସାରେ, ଦୀପାବଳି କାର୍ତ୍ତିକ ମାସର 15 ଦିନ ପରେ ଅମବାସ୍ୟା ତିଥିରେ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଅମବାସ୍ୟା ଦୁଇଦିନ ରହିଥିବାରୁ କେବେ ପାଳିବେ ସେନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି । 31 ଏବଂ 1 ତାରିଖ  ଦୁଇ ଦିନ ରହିଥିବାରୁ ଶ୍ରାଦ୍ଧ କେବେ ହେବ ତାଙ୍କୁ ନେଇ ସମସ୍ତେ ଚିନ୍ତାରେ । ତେବେ କିଛି ପଣ୍ଡିତଙ୍କର କହିବା ଅନୁସାରେ, ପ୍ରଦୋଷ ଥିବା ଦିନ ଦୀପାବଳି ପାଳନ କରିବା ଉଚିତ । କିନ୍ତୁ ଚଳିତ ବର୍ଷ 31 ଏବଂ 1 ଦୁଇ ଦିନ ରହିଛି ପ୍ରଦୋଷ । କିନ୍ତୁ 1 ତାରିଖରେ ପ୍ରଦୋଷ ପୂର୍ଣ୍ଣ ନଥିବା କାରଣରୁ  31 ତାରିଖ ଦିନ 3ଟା 52 ମିନିଟରୁ 1 ତାରିଖ ସନ୍ଧ୍ୟା 6ଟା 16 ପର୍ଯ୍ୟନ୍ତ କରିପାରିବେ । 1 ତାରିଖ ରାତିରେ ପୂର୍ଣ୍ଣ ଅମବାସ୍ୟା ନାହିଁ । ଅମବାସ୍ୟା ଶେଷ ହୋଇ ପ୍ରକିପଦା ଆରମ୍ଭ ହେଉଛି । ଯେଉଁମାନେ 31 ତାରିଖରେ କରିବା ପାଇଁ ଚାହୁଁଛନ୍ତି ସେମାନେ ଶ୍ରାଦ୍ଧ ସହିତ ଦୀପାବଳି ମଧ୍ୟ ସେଲିବ୍ରେସନ କରିପାରିବେ । କିନ୍ତୁ 1 ତାରିଖରେ ଅମବାସ୍ୟା କମ୍ ସମୟ ରହିଥିବା କାରଣରୁ ଶ୍ରାଦ୍ଧ ହୋଇପାରିବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *