Pratidin TV

Odisha's Digital News Platform

ଜାଣନ୍ତୁ ମହାଶିବରାତ୍ରୀରେ କେଉଁ ଦୀପ ଜାଲିଲେ ହୋଇଥାଏ ଶୁଭ?

1 min read

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ। ଏହି ଦିନରେ ଭୋଳାବାବାଙ୍କ ଭକ୍ତମାନେ ବ୍ରତ ଏବଂ ଉପବାସ କରି ଉମାପତିଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି । ଏହି ଶୁଭ ଅବସର ଏକ ପରମ୍ପରା ସହିତ ଭାବଭକ୍ତିର ଈଶ୍ୱରୀୟ ଅଭିବ୍ୟକ୍ତି । ଉପବାସର କାର୍ଯ୍ୟ ଯାହା ମନ ,ଆତ୍ମା , ଶରୀରର ଶୁଦ୍ଧତା ପ୍ରତି ଉତ୍ସର୍ଗୀକୃତତାକୁ ପ୍ରତିପାଦିତ କରେ । କୁହାଯାଏ ମହା ଶିବରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ଶ୍ରେଷ୍ଠ ବା ମହାନ ପର୍ବ । ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା କରଯାଏ । ଏହା ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। ସାଧାରଣତଃ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ବିଶ୍ୱାସ ରହିଛି ଯେ ଏହି ଦିନ ମହାଦେବ ଓ ମାତା ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା କରିଲେ ଅନେକ କାର୍ଯ୍ୟରେ ସଫଳତା ମିଳିଥାଏ । ତା ସହିତ ଏହି ଜାଗର ରାତିରେ ଉଜାଗର ହୋଇ ଶୈବପୀଠରେ ଦୀପ ଜାଳିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ଜାଣିଛନ୍ତି ଏହି ମହାଶିବ ରାତ୍ରୀରେ ପ୍ରଭୁ ଭୋଳା ନାଥଙ୍କ ପାଖରେ କେଉଁ ଦୀପ ଜାଳିବା ଉଚିତ । ତାହେଲେ ଆସନ୍ତୁ ଜାଣିବା ଏସମ୍ପର୍କରେ . . .

ବିଶ୍ୱାସ ରହିଛି ଯେ ଯେ ଗୋଟିଏ କଳସ ପାଣି ଶିବଲିଙ୍ଗରେ ଢାଳିଲେ ବି ଭକ୍ତଙ୍କ ଡାକ ଶୁଣିଥାନ୍ତି ଭୋଳା ବାବା । ଆଉ ଭକ୍ତଙ୍କ ମନବାଞ୍ଝା ପୂରଣ କରିଥାନ୍ତି। ଭୋଳାବାବାଙ୍କୁ ଖୁସି କରିବା ପାଇଁ ମହାଶିବରାତ୍ରି ହିଁ ସବୁଠାରୁ ଶ୍ରେଷ୍ଠ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଉପବାସ ରହି ଜାଗର ଦୀପ ଜାଳିଲେ ମହାଦେବଙ୍କ କୃପା ମିଳିଥାଏ। ଏହି ଦିନ ମହାଦେବଙ୍କ ନିକଟରେ ଘିଅ ଦୀପ, କର୍ପୁର ଆଳତି ଏବଂ ସୋରିଷ ତେଲରେ ଦୀପ ଜାଳିବା ଉଚିତ । ଏହାସହ ‘ଓଁ ତତପୁରୁଷାୟ ବିଦମହେ, ମହାଦେବାୟଃ ଧିମହି ତନୋଃ ଋଦ୍ର ପ୍ରଚୋଦୟତ୍‍’ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଶୁଭଫଳ ପ୍ରାପ୍ତି ହେବ।

Advertisement

Leave a Reply

Your email address will not be published. Required fields are marked *