Pratidin TV

Odisha's Digital News Platform

କାହିଁକି ମୁଣ୍ଡବିନ୍ଧେ? ଜାଣନ୍ତୁ ଏହା ପଛର ୬ଟି କାରଣ..

ଆଜିକାଲି ମୁଣ୍ଡବିନ୍ଧାକୁ ସମସ୍ତେ ସାଧାରଣ କଥା ବୋଲି ଭାବନ୍ତି । ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ । ଏହା ପଛର କାରଣ ହେଉଛି ସେମାନଙ୍କ ଜୀବନଶୈଳୀ । ଏହା ବ୍ୟତୀତ ମହିଳାଙ୍କ ହର୍ମୋନ କାରଣରୁ ମଧ୍ୟ ମୁଣ୍ଡବିନ୍ଧା ହୋଇପାରେ । ମାତ୍ର କେତେକ ସ୍ଥିତିରେ ମୁଣ୍ଡବିନ୍ଧା ଶରୀରର କେଉଁଠି କିଛି ହୋଇଥିଲେ ଜଣାଇ ଦେଇଥାଏ । ପ୍ରକୃତରେ କହିବାକୁ ଗଲେ ମୁଣ୍ଡବିନ୍ଧା କେବଳ ମୁଣ୍ଡର ଯନ୍ତ୍ରଣା କାରଣରୁ ହୋଇନଥାଏ । ଏହା ପଛରେ କିଛି ଅନ୍ୟ କାରଣ ମଧ୍ୟ ରହିଥାଇପାରେ । ଶରୀରର ଯେକୌଣସି ଅଂଶରେ ଯନ୍ତ୍ରଣା ଅଥବା କିଛି ଅନ୍ୟ ରୋଗ ହୋଇଥିଲେ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ ।
ତେବେ ଜାଣନ୍ତୁ କେଉଁ କାରଣରୁ ହୋଇପାରେ ମୁଣ୍ଡବିନ୍ଧା :
ଚିନ୍ତା
ମୁଣ୍ଡର କେଉଁ ଅଂଶରେ ଯନ୍ତ୍ରଣା ହେଉଛି ସେଥିରୁ ଆପଣଙ୍କ ମନର ସ୍ଥିତି କଣ ଅଛି ତାହା ଅନୁମାନ କରାଯାଇପାରିବ । ଯଦି ଆପଣଙ୍କ ମୁଣ୍ଡର ଉଭୟ ପାର୍ଶ୍ୱରେ ଯନ୍ତ୍ରଣା ହେଉଛି ତେବେ ଜାଣିନିଅନ୍ତୁ ଯେ, ଏହା ଚାପଗ୍ରସ୍ତ କାରଣରୁ ହେଉଛି । ଚିନ୍ତା କାରଣରୁ ମୁଣ୍ଡର ଉଭୟ ପାର୍ଶ୍ୱ ବିନ୍ଧା ହୋଇଥାଏ ।
ମସ୍ତିଷ୍କ
ଯଦି ଆପଣଙ୍କର ମସ୍ତିଷ୍କ ଅଂଶରେ ଯନ୍ତ୍ରଣା ହେଉଛି ତେବେ ଜାଣିନିଅନ୍ତୁ ଯେ ତାହା କୌଣସି ସାମାନ୍ୟ ଯନ୍ତ୍ରଣା ନୁହେଁ । ଏଭଳି ଯନ୍ତ୍ରଣା ମାଇଗ୍ରେନ୍ ହୋଇପାରେ । ଏହା ଆପଣଙ୍କ ନର୍ଭ ଯୋଗୁଁ ହୋଇଥାଏ । ମସ୍ତିଷ୍କ ଯନ୍ତ୍ରଣା ପ୍ରାୟତଃ ମୁଣ୍ଡର ମଧ୍ୟ ଅଂଶରେ ହୋଇଥାଏ । ଯଦି ଆପଣ ଏଭଳି ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ପାଚନକ୍ରିୟା
କେତେକ ସମୟରେ ମୁଣ୍ଡବିନ୍ଧାର ସମ୍ପର୍କ ପେଟ ସମସ୍ୟା ସହ ଜଡିତ ହୋଇଥାଏ । ପାଚନକ୍ରିୟା ଠିକ୍ ଭାବେ ନହେବା ଫଳରେ ମୁଣ୍ଡବିନ୍ଧା ହୋଇପାରେ । ଯଦି ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଅଧିକ ସମୟ ଧରି ଯନ୍ତ୍ରଣା ହେଉଛି ତେବେ ଏହା ଏସିଡିଟି ଓ ଡାଇରିଆର ଲକ୍ଷଣ ମଧ୍ୟ ହୋଇପାରେ ।
ଇନ୍ଦ୍ରିୟ
କେତେକ ସମୟରେ ଏକ ବିଶେଷ ଧରଣର ଶବ୍ଦ ଶୁଣିବା ଫଳରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । ଘଣ୍ଟାଘଣ୍ଟା ଧରି ଫୋନ୍‌ରେ କଥା ହେବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ । କିଛି ପରଫ୍ୟୁମ୍‌ର ଗନ୍ଧ କାରଣରୁ ମଧ୍ୟ ମୁଣ୍ଡ ବିନ୍ଧିଥାଏ ।
ଅଧିକ ସମୟ ଚିନ୍ତାକରିବା
ମସ୍ତିଷ୍କ ଯେତେବେଳେ ଅଧିକ ଚିନ୍ତା କରିଥାଏ ସେତେବେଳେ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ । ଯଦି ଆପଣ କିଛି ଜିନିଷକୁ ନେଇ ଅଧିକ ଭାବୁଛନ୍ତି ବା ଚିନ୍ତା କରୁଛନ୍ତି ତେବେ ସେତେବେଳେ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।
ହର୍ମୋନ
ମୁଣ୍ଡବିନ୍ଧା ପଛରେ ମହିଳାଙ୍କ ହର୍ମୋନ ଏକ ମୁଖ୍ୟ କାରଣ ହୋଇଥାଏ । ବେଳେ ବେଳେ ହର୍ମୋନ କାରଣରୁ ହୃଦୟ ସ୍ପନ୍ଦନ ଅଧିକ ହୋଇଥାଏ ଏବଂ ଝାଳ ବୋହିବାକୁ ମଧ୍ୟ ଲାଗେ । ଏଭଳି ପରିସ୍ଥିତିରେ ମଧ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ ।

Leave a Reply

Your email address will not be published. Required fields are marked *