ସ୍ୱାମୀର ଗୁଟ୍ଖା ଖିଆ ଦାନ୍ତକୁ ପସନ୍ଦ କରୁନଥିଲା ସ୍ତ୍ରୀ, ରାଗରେ ସ୍ତ୍ରୀକୁ ଜିଅନ୍ତା ଜଳିଦେଲା ସ୍ୱାମୀ…
1 min readଗୁଟଖା ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ୪ ମାସ ତଳେ ହୋଇଥିଲା ବାହାଘର । ବାହଘର ପୂର୍ବରୁ ଗୁଟଖା ଅଭ୍ୟାସରେ ପଡିଯାଇଥିଲେ ସ୍ୱାମୀ । ହେଲେ ସ୍ତ୍ରୀ କୁ ସ୍ୱାମୀର ଗୁଟଖା ଖାଇବା ପସନ୍ଦ ନ ଥିଲା । କାରଣ ସ୍ୱାମୀର ଗୁଟଖା ଖିଆ କଳାଦାନ୍ତ ସ୍ତ୍ରୀକୁ ପସନ୍ଦ ନଥିଲା । ଯେଉଁ କାରଣରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ହେଲେ ଦିନେ ଏହି ଗୁଟଖା ପାଇଁ ଦିନେ ସ୍ତ୍ରୀର ଜୀବନ ଚାଲିଯିବ ତାହା କେହି ଭାବିନଥିଲେ । ସ୍ୱାମୀଙ୍କୁ ଗୁଟଖା ଖାଇବାକୁ ସ୍ତ୍ରୀ ବାରଣ କରିବାରୁ ରାଗିଗଲେ ସ୍ୱାମୀ । ଶେଷରେ ସ୍ତ୍ରୀକୁ ଜିଅନ୍ତା ଜଳାଇ ଦେଇଥିଲେ । ହଁ ଆଜ୍ଞା ଏପରି ସମ୍ବେଦନଶୀଳ ଘଟଣା ଘଟିଛି କୋଲକାତାରେ । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଏଥିସହ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋଟ ଅନୁସାରେ ସୂର୍ଯ୍ୟକାନ୍ତ ତିୱାରୀ ତାଙ୍କ ପତ୍ନୀ ଦୀପ୍ତି ଦୁହେଁ ଉତ୍ତର ପ୍ରଦେଶର ବାସିନ୍ଦା । କିନ୍ତୁ ସେ କୋଲକାତାର ବୋବାଜାରର ଯାଦୁନାଥ ଦେ ରୋଡରେ ଥିବା ଏକ ମହଲା ଘରର ଦ୍ୱିତୀୟ ମହଲାରେ ରୁହନ୍ତି । ସେମାନେ ଗତ ୪ମାସ ପୂର୍ବରୁ ବିବାହ କରିଥିଲେ । ସୂର୍ଯ୍ୟକାନ୍ତ ଗୁଟଖା ଖାଇବାରେ ଅଭ୍ୟସ୍ତ ଥିଲେ ଯେଉଁଥିପାଇଁ ଦୀପ୍ତି ଅସୁବିଧାରେ ରହିଥିଲେ । ଏହି ପ୍ରସଙ୍ଗରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଅକ୍ଟୋବର ୧୭ ରେ, ଝଗଡା ଏତେ ବଢିଯାଇଥିଲା ଯେ ସୂର୍ଯ୍ୟକାନ୍ତ ଦୀପ୍ତିଙ୍କୁ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ବିଲଡିଂରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଦୀପ୍ତିଙ୍କୁ କୋଲକାତା ମେଡିକାଲ କଲେଜକୁ ନେଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ତିୱାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ତିୱାରୀ ଗରିଆହାତର ଏକ ହିନ୍ଦୀ ମଧ୍ୟମ ବିଦ୍ୟାଳୟରେ ଶିକ୍ଷକ ବୋଲି ଜଣାପଡିଛି ।