Pratidin TV

Odisha's Digital News Platform

ଟ୍ରେନି ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା ; ସିବିଆଇ ଖୋଲିଲା ସତ , କ୍ରାଇମ୍ ସିନରେ ରହିଛି ଏକାଧିକ ଫୁଟ୍ ପ୍ରିଣ୍ଟ’

1 min read

କୋଲକାତା ମୃତ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଡାକ୍ତର । ପୁରା କୋଲକାତା ସହ ବିକ୍ଷୋଭରେ ଜଳୁଛି ପୁରା ଭାରତ । ତେବେ ସମୃକ୍ତ ମାମଲାରେ ଦିନକୁ ଦିନ ଫିଟୁଛି ନୂଆ ରାଜ୍ । ଅଗଷ୍ଟ ୯ ଦିନ ଟ୍ରେନି ଡାକ୍ତର ମୌମିତାଙ୍କ ସହ ଆର ଜି କର୍ ମେଡିକାଲ ଭିତରେ କଣ ହୋଇଥିଲା ତାହା ସମ୍ପୂର୍ଣ୍ଣ ଭାବରେ ସାମ୍ନାକୁ ଆସିପାରିନି । କେହି ଏହାକୁ ଗଣ କୁକର୍ମ କହୁଥିବା ବେଳେ କେହି ଏହାକୁ ସାଇକୋ ସଞ୍ଜୟର ପାଗଳାମି କହୁଛନ୍ତି ।

ତେବେ ସିବିଆଇ ଏହି ମାମଲାର ଯାଞ୍ଚ କରି ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟରେ କିଛି ସାଙ୍ଘାତିକ ଖୁଲାସା କରିଛି । ଟ୍ରେନି ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ମାମଲାକୁ ୬ ଦିନ ବିତିଗଲାଣି। ଏହି ୬ ଦିନ ଭିତରେ ସିବିଆଇ ଦୁଇ ଜଣଙ୍କୁ ଲଗାତର ପଚରାଉଚରା ଜାରି ରଖିଛି। ଏହି ମାମଲାର ପ୍ରଥମ ମୁଖ୍ୟ ଅଭିଯୁକ୍ତ ହେଲା ସଞ୍ଜୟ ରୟ ଏବଂ ଦ୍ୱିତୀୟଟି ହେଲେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ଏହି ଦୁଇ ଜଣଙ୍କୁ ସିବିଆଇ ଘନ ଘନ ଜେରା ଜାରି ରଖିଛି।

Advertisement

ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି। ଏହି ଘଟଣା ପୂର୍ବରୁ ଏବଂ ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି କ୍ରାଇମ୍ ସିନ୍ ରେ ଏକାଧିକ ଫୁଟ୍ ପ୍ରିଣ୍ଟ (ପାଦ ଚିହ୍ନ ) ଦେଖିବାକୁ ମିଳିଛି। ଏହା ବ୍ୟତୀତ ନିକଟରେ ନବୀକରଣ କାର୍ଯ୍ୟ ହୋଇଥିବାରୁ ଅନେକ ପ୍ରମାଣ ନଷ୍ଟ କରାଯାଇଥିବା ସନ୍ଦେହ କରାଯାଉଛି ସିବିଆଇ ତା’ ଷ୍ଟାଟସ୍ ରିପୋର୍ଟରେ କହିଛି।

କେବଳ ସଞ୍ଜୟ ରୟ ସମ୍ପୃକ୍ତ ଅଛନ୍ତି ନା ଆହୁରି ଅଧିକ ଅଭିଯୁକ୍ତ ଏହି ଜଘନ୍ୟକାଣ୍ଡରେ ସାମିଲ ଅଛନ୍ତି ସେ ନେଇ ସିବିଆଇ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *