Pratidin TV

Odisha's Digital News Platform

ଜମୁଛି ପୂଜା, ଭିନ୍ନ ଶୈଳୀରେ ଲୋକଙ୍କୁ କରାଯାଉଛି ଆକୃଷ୍ଟ, ପେଣ୍ଡାଲ ଭିତରେ ବାହାରେ ଲାଗିଛି ଖାଲି ଗୁପଚୁପ ହିଁ ଗୁପଚୁପ..

ନବରାତ୍ରୀ ଆଜି ସପ୍ତମୀ ଦିନରେ ପହଞ୍ଚିଛି । ଆଉ ମନ୍ତ୍ର ପାଠରେ କମ୍ପୁଛି ସହରର ସବୁ ମଣ୍ଡପ । ଦେଶରେ ଦୂର୍ଗାପୂଜାକୁ ନେଇ ପଶ୍ଚିମବଙ୍ଗରେ ରହିଛି ସବୁଠାରୁ ଅଧିକ କ୍ରେଜ୍ । ଓଡିଶାରେ ମଧ୍ୟ ବଡ ଧୁମଧାମରେ ପାଳିତ ହୁଏ ଦୁୂର୍ଗା ପୂଜା । କିନ୍ତି ବେଙ୍ଗଲିଙ୍କ ଏହା ବଡ ପର୍ବ ହୋଇଥିବାରୁ ପୂରା ଚଳଚଞ୍ଚଳ କୋଲକତା । ବିଭିନ୍ନମଣ୍ଡପରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶନ ହେଉଛନ୍ତି ମାଆ । ସବୁବର୍ଷ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ପକ୍ଷରୁ କିଛି ଥିମ ନେଇ ତୋରଣ ପ୍ରସ୍ତୁତ କରାଯାଏ । କୋଲକାତାର ପୂଜା ପେଣ୍ଡାଲ ସମସ୍ତ ଫେଣ୍ଡାଲକୁ ଟକ୍କର ଦେଇଥାଏ । ଆଉ ସବୁ ବର୍ଷ ଚର୍ଚ୍ଚାରେ ରହିଥାଏ । ତେବେ ଚଳିତ ବର୍ଷ କୋଲକାତାର ଏକ ପୂଜା ମଣ୍ଡପ ବେଶ ଚର୍ଚ୍ଚାକୁ ଆସିଛି । ଯାହାର ଭିଡିଓ ଭାଇରାଲ ହେଉଛି ।

ଆଜ୍ଞା ହଁ କୋଲକାତାର ଏକ ପୂଜା ପେଣ୍ଡାଲ ତାଙ୍କ ସହରର ସବୁଠାରୁ ପ୍ରସିଦ୍ଧ ଫାଷ୍ଟଫୁଡ ଖାଦ୍ୟ କୁ ଥିମ ଆକାରରେ ନେଇ ପ୍ରସ୍ତୁତ କରାଯାଇଛି । କାରଣ କୋଲକାତାରେ ବେଶ ପ୍ରସିଦ୍ଧ ହେଉଛି ପୁଚକା ଅର୍ଥାତ ଗୁପଚୁପ । ଚଳିତ ବର୍ଷ ଦୂର୍ଗା ପୂଜାରେ କୋଲକାତାର ଏକ ପେଣ୍ଡାଲ ସବୁର ରେକର୍ଡ ଭାଙ୍ଗିଛି । କାରଣ ପେଣ୍‌ନାଲ ଚାରିପାଖେ ରହିଛି ଖାଲି ଗୁପଚୁପ୍ ।ଖାଲି ପେଣ୍ଡାଲ ନୁହଁ ମାଆ ଦୁର୍ଘାଙ୍କୁ ମଧ୍ୟ ଗୁପଚୁପ ଭିତରେ ସ୍ଥାପନା କରାଯାଇଛି । ଯାହାର ଭିଡିଓ ଭାଇରାଲ ହେଉଛି ।

ବେହାଲର ନୋଟୁନ ଦଳ କ୍ଲବ ଦ୍ୱାରା ଏହି ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ଏବଂ ସେମାନଙ୍କ ଏହି ଥିମ୍ ଲୋକଙ୍କୁ ବେଶ ଆକର୍ଷଣ କରିଛି । ପେଣ୍ଡାଲର ପ୍ରତି କୋଣରେ ସଜାଯାଇଛି ଗୁପଚୁପ । କେଉଁଠି ଥାଳିରେ ତ କେଉଁଠି ପତ୍ରରେ ପୁଣି କେଉଁଠି ଦୋକାନୀଙ୍କ ଭଳି କାଚ ଡବାରେ ପୁରାଇ ରଖାଯାଇଛି ପୁଚକା । ଏମିତିକି ଏକ ବଡ ଗୁପଚୁପ ତିଆରି କରାଯାଇ ତା ଭିତରେ ମା ଦୁର୍ଗାଙ୍କୁ ସ୍ଥାପନ କରାଯାଇଛି । ଯାହା ପୂର୍ବରୁ କେବେ କେହି ଦେଖି ନଥିବେ । କାରଣ ଏପରି ଥିମରେ ପୂର୍ବରୁ କୌଣସି ମଣ୍ଡପ ର୍ନିମାଣ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *