Pratidin TV

Odisha's Digital News Platform

ଓମ୍ ପୁରୀଙ୍କ ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ: କେକେଙ୍କୁ ହତ୍ୟା କରିଛି କୋଲକାତା

1 min read

ନୂଆଦିଲ୍ଲୀ: ବଲିଉଡ୍ ଗୀତିକାର କେକେ ଉର୍ଫ କୃଷ୍ଣ କୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ସମସ୍ତେ ଦୁଃଖିତ । ଏହାକୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଓମ୍ ପୁରୀଙ୍କ ପୂର୍ବତନ ପତ୍ନୀ ନନ୍ଦିତା ପୁରୀ । ନନ୍ଦିତା କହିଛନ୍ତି କେକେଙ୍କ ମୃତ୍ୟୁ ପାଇଁ କୋଲକାତା ଦାୟୀ । କଳାକାରଙ୍କୁ ଯେଉଁ ଭଳି ବ୍ୟବହାର ମିଳିବା କଥା ତାହା ମିଳୁନାହିଁ । ଏହା ସହିତ ଆୟୋଜକ ମାନେ ମଧ୍ୟ ଠିକ୍ ବ୍ୟବହାର କରୁ ନାହାନ୍ତି । ମୃତ୍ୟୁର ଠିକ୍ ପୂର୍ବରୁ କେକେ ଲଗାତାର ଦୁଇଟି ଶୋ କରିଥିଲେ । ଅଢେଇ ହଜାର ଲୋକଙ୍କ ବସିବା ସ୍ଥାନରେ ୭ ହଜାର ଲୋକଙ୍କୁ ଅନୁମତି ଦେବା ଦ୍ୱାରା ଏଭଳି ସମସ୍ୟ ଦେଖା ଦେଇଥିଲା । ଏପରିକି ଶ୍ୱାସକ୍ରିୟାରେ ସମସ୍ୟା ନେଇ କେକେ ୪ ଥର ଅଭିଯୋଗ କରିଥିଲେ ହେଁ ଆୟୋଜକ ମାନେ କର୍ଣ୍ଣପାତ କରି ନଥିଲେ ।
କୋଲକାତାର ଗୁରୁଦାସ କଲେଜରେ ଏକ ଲାଇଭ୍ କନସର୍ଟରେ କେକେ ପ୍ରଦର୍ଶନ କରୁଥିଲେ । ଲାଇଭ୍ କନସର୍ଟ ପରେ କେକେ ଅସହଜ ଅନୁଭବ କରିବା ସହିତ ହୋଟେଲକୁ ଫେରିଥିଲେ । ସେଠାରେ ମଧ୍ୟ ସମାନ ଢଙ୍ଗରେ ତାଙ୍କୁ ଗରମ ଲାଗୁଥିବା ନେଇ ଅଭିଯୋଗ କରିବା ସହିତ ଶ୍ୱାସ କ୍ରିୟାରେ ଅସୁବିଧାର ଅଭିଯୋଗ ଆଣିଥିଲେ । ଏହାପରେ ସେ ବେହୋସ ହୋଇ ଯାଇଥିଲେ । ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *