Pratidin TV

Odisha's Digital News Platform

(ଭିଡିଓ) IPL’ର ଆଉ ଏକ ରୋମାଞ୍ଚକର ଅଧ୍ୟାୟ ; କୋଲକାତା ମାଡରେ ଆଣ୍ଟେଇଲା ହାଇଦ୍ରାବାଦ୍ ..

1 min read

ହାଇଦ୍ରାବାଦ୍ : ଘରୋଇ ମାଟିରେ ଆଣ୍ଠେଇଲା ସନରାଇଜର୍ସ ହାଇଦ୍ରାବାଦ୍ । ଗୁରୁବାର ଆଇପିଏଲର ପୁଣି ଏକ ଶେଷ ଓଭର ରୋମାଞ୍ଚକର ଦେଖିବାକୁ ମିଳିଛି । ଗୁରୁବାର ରାତିରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ୫ ରନରେ ସନରାଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି ।

କେକେଆରର ୧୭୧/୯ ସ୍କୋର ଜବାବରେ ହାଇଦ୍ରାବାଦ୍ ୧୬୬/୮ରେ ଅଟକି ଯାଇଥିଲା । ଶେଷ ଓଭରରେ ଦଳକୁ ଜିତିବାକୁ ୯ ରନ୍ ଆବଶ୍ୟକ ପଡିଥିଲା । ସେହି ମସୟରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମାତ୍ର ୩ରନ୍ ବ୍ୟୟ କରିଥିଲା ବେଳେ ଅବଦୁଲ ସାମଦଙ୍କ ଓି୍ୱକେଟ୍ ଅକ୍ତିଆର କରିବାକୁ କେକେଆରେ ପୂର୍ବପରାଜୟର ପ୍ରତିଶୋଧ ନେଇଥିଲା । ପୂର୍ବରୁ ଖେଳିଥିବା ମ୍ୟାଚରେ ହାଇଦ୍ରାବାଦ୍ ୨୩ ରନ୍‌ରେ କେକେଆରକୁ ହରାଇଥିଲା । କିନ୍ତୁ ଗୁରୁବାର ଏହି ହାରର ପ୍ରତିଉତ୍ତର ଦେଇଛି କେକେଆର ।

Advertisement

Leave a Reply

Your email address will not be published. Required fields are marked *