ଋତୁସ୍ରାବକୁ ନେଇ ମଣ୍ଡପରେ ବାର୍ତ୍ତା,ଋତୁସ୍ରାବ ସ୍ୱାଭାବିକ ଏହା ନିଷେଧ ନୁହେଁ…
1 min readଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପଶ୍ଚିମବଙ୍ଗ । ଆରମ୍ଭ ହୋଇଛି ଦୁର୍ଗା ପୂଜା । । ଆଜିଠୁ ସପ୍ତମୀ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । କୋଲକାତାରେ ଭିନ୍ନ ଭିନ୍ନ ଥିମରେ ମା’ଙ୍କ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । କୋଲକାତାରେ ସେହିପରି ଏକ ପୂଜା ପେଣ୍ଡାଲକୁ ନେଇ ଏବେ ସ୍ୱୁଠି ଚର୍ଚ୍ଚା । ଝିଅମାନଙ୍କ ମାସିକ ଋତୁସ୍ରାବକୁ ନେଇ ସମାଜରେ ଅନେକ କଥା ଉଠେ । ରଜସ୍ୱଳା ନାରୀଟି ପାଇଁ ବହୁତ କଛିି ବାରଣ ଚାରଣ ରହିଥାଏ । ଲୋକମାନେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ଆଜିକାର ଦିନରେ ପୁରୁଷ ସହିତ ନାରୀଟି ସମସ୍କନ୍ଦ ହୋଇଥିବା ବେଳେ କେଉଁଠି ନା କେଉଁଠି ତାକୁ ଅବହେଳିତ ଦୃଷ୍ଟିରେ ଦେଖାଯାଉଛି । ତେବେ ଏପରି କୁ ଭାବନା ଲୋକଙ୍କ ମନରୁ ଦୂରେଇବା ପାଇଁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଦୁର୍ଗା ପେଣ୍ଡାଲରେ ସାଜସଜା କରାଯାଇଛି । ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି । କାରଣ ସେହି ମଣ୍ଡପରେ ନାରୀ ମାନଙ୍କ ଋତୁସ୍ରାବ ଜନିତ କୁପ୍ରଥାକୁ ଦର୍ଶା ଯାଇଛି । ଏବଂ ସମାଜରେ ନାରୀଟି କେତେ ସୁରକ୍ଷିତ ତାହା ଦର୍ଶାଯାଇଛି । ମଣ୍ଡପରେ ସାନିଟାରୀ ନାପକିନ୍କୁ ସାଜସଜା କରାଯାଇଛି । ତେବେ “ମା ଦୁର୍ଗା ହେଉଛନ୍ତି ମହିଳା ସଶକ୍ତିକରଣର ପ୍ରତୀକ ଅଟେ । ଗୋଟିଏ ପଟେ ଋତୁସ୍ରାବ ସମୟରେ ଝିଅ ମାନଙ୍କୁୁ ଶଯ୍ୟାରେ ଶୋଇବାକୁ, କିମ୍ବା ରୋଷେଇ ଘରେ ପଶିବାକୁ ବାରଣ କରାଯାଇଥାଏ । ସେମାନଙ୍କୁ ଅସ୍ପୃଶ୍ୟ ଭାବରେ ବ୍ୟବହାର କରାଯାଏ । ଏବଂ ଅନ୍ୟ ପଟେ ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ପିରିୟଡ୍ ନ ଥିବାରୁ ସାମାଜିକ ଅପମାନର ସମ୍ମୁଖୀନ ହୁଅନ୍ତି । ତାହାକୁ ଏହି ପେଣ୍ଡାଲ ମାଧ୍ୟମରେ ଦର୍ଶାଯାଇଛି । ଏହା ହେଉଛି ପାଥୁରିଘାଟା ପଞ୍ଚର୍ ପାଲୀଙ୍କ ୮୪ ତମ ବର୍ଷ ଆରମ୍ଭ । ପୂଜା କମିଟି ବର୍ଷକ ପୂର୍ବରୁ ଏହି ପ୍ରସଙ୍ଗକୁ ବାଛିଥିଲା ଏବଂ ଏହାର ବ୍ୟାନରକୁ ମେ ୨୮ ରେ – ଅନ୍ତର୍ଜାତୀୟ ଋତୁସ୍ରାବ ସ୍ୱଚ୍ଛତା ଦିବସରେ ଉନ୍ମୋଚନ କରିଥିଲା । ଯେତେବେଳେ ଅନେକ ଲୋକ ଏହି ମଣ୍ଡପ ପରିଦର୍ଶନ କରିବେ ସେମାନଙ୍କ ମନରେ ଋତୁସ୍ରାବକୁ ନେଇ ଏକ ସଚେତନତା ସୃଷ୍ଟି କରିବ ଯେ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା ବୋଲି ।