Pratidin TV

Odisha's Digital News Platform

କୋଲକାତା ଲଜ୍ଜ୍ୟା ; ମେଡିକାଲ ଆଗରେ ଅଭୟାଙ୍କ ମୂର୍ତ୍ତି ସ୍ଥାପନ କଲେ ଧାରଣା ଦେଇଥିବା ଡାକ୍ତର ।

1 min read

ଅଗଷ୍ଟ ୯ ତାରିଖରେ କୋଲକାତା ଆର ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରାଣୀଙ୍କୁ କୁକର୍ମ ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ଆଜି ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ । କୋଲକାତା ଅଭୟାଙ୍କୁ ନ୍ୟାୟ ଦେବା ପାଇଁ ଜୁନିଅର ଡାକ୍ତର ମାନେ ଦୀର୍ଘ ଦିନରୁ ଖରା ବର୍ଷା ସହି ଧାରଣାରେ ପଡି ରହିଥିବା ବେଳେ , ସବୁ ଜାଣି ଚୁପ୍ ବସିଛନ୍ତି ମମତା ସରକାର । କିନ୍ତୁ ଆଜି ଏହି ମାମଲାରେ ଏକ ଭିନ୍ନ ପଦକ୍ଷେପ ଉଠାଇ ପୁରା ଦୁନିଆକୁ ଅଭୟାଙ୍କ କଷ୍ଟ ଅନୁଭବ କରାଇଛନ୍ତି ଡାକ୍ତର ଦଳ ।

ଦୀର୍ଘ ଦୁଇ ମାସ ପରେ ଜୁନିଅର ଡାକ୍ତରମାନେ କ୍ୟାମ୍ପସରେ ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ମୂର୍ତ୍ତି ଉନ୍ମୋଚିତ କରିଛନ୍ତି । ଯେଉଁ ମୂର୍ତ୍ତିଟି ଅଭୟାଙ୍କ ମୃତ୍ୟୁ ପୂର୍ବର କଷ୍ଟ ଯନ୍ତ୍ରଣାକୁ ବାଖ୍ୟା କରିଛି ।

Advertisement

ଚିତ୍ରଶିଳ୍ପୀ ଅସିତ ସାଇନଙ୍କ ଦ୍ୱାରା ନିର୍ମିତ ଏହି ମୂର୍ତ୍ତି ଶୀର୍ଷକ କାର୍ଯ୍ୟରେ ତାଙ୍କ ଜୀବନର ଶେଷ ମିନିଟରେ ନିହତ ଡାକ୍ତରଙ୍କ ଦୁଃଖ ଓ ଭୟାବହତା ଦର୍ଶାଯାଇଛି। ଆଉ ଏହି ମୂର୍ତ୍ତିଟିକୁ ଜୁନିଅର ଡାକ୍ତର ମାନେ ଆର ଜି କର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ନିକଟରେ ସ୍ଥାପନା କରିଛନ୍ତି । କେତେକ ଏହାକୁ ପ୍ରତୀକ ଭାବରେ ଦେଖୁଥିବାବେଳେ ସୋସିଆଲ ମିଡିଆରେ ଅନ୍ୟମାନେ ଏହାକୁ ସମ୍ବେଦନଶୀଳ ଏବଂ ବିବ୍ରତ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *