Pratidin TV

Odisha's Digital News Platform

ଇମେଲରେ ଆସିଲା ଧମକ , ୪ ବିମାନ ବନ୍ଦରରେ ରହିଛି ବୋମା ..

ନିର୍ବାଚନ ମଧ୍ୟରେ ଆସିଛି ବଡ଼ ଦେଶର ୪ଟି ବିମାନ ବନ୍ଦରରେ ରହିଛି ବୋମା । କୋଲକାତା ସମେତ ଅନ୍ୟ ୩ଟି ବିମାନ ବନ୍ଦରରେ ବମ ରଖାଯାଇଥିବା ଏକ ଇମେଲ ଆସିଛି । ଯାହାକୁ ଶୁଣିବା ପରେ ସମସ୍ତେ ଭୟଭୀତ ହୋଇଯାଇଛନ୍ତି । ଏହି ମେଲ ଆସିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସୂଚନାନୁଯାୟୀ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ଦିନ ବମ୍ ଧମକ ନେଇ ମେଲ ଆସିଥିଲା । ଦିନ ୧୨:୫୫ ରେ ବୋମା ବିସ୍ଫୋରଣ ହେବାର ଧମକ ଆସିଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା କୋଲକାତା ଏୟାର ପୋର୍ଟ ସମତେ ଅନ୍ୟ ୩ଟି ଏୟାରପୋର୍ଟରେ ବୋମା ରଖାଯାଇଛି ।

ଏହି ଖବର ପାଇବା ପରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ର ସୁରକ୍ଷା ଏଜେନ୍ସି ଅନୁସନ୍ଧାନ ଆରମ୍ଭ କରିଥିଲେ । କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ବିମାନବନ୍ଦରରୁ ନମିଳିବାରୁ ଏହା ଏକ ମିଛ ଧମକ ବୋଲି କହିଛନ୍ତି ପୋଲିସର ଡେପୁଟି କମିଶନର ଅଶ୍ୱର୍ଯ୍ୟା ସାଗର । ଧମକପୂର୍ଣ୍ଣ ଇମେଲ କିଏ ପଠାଇଛି ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ, ସିଏସ୍‌ଏଫ୍ ଏବଂ ବିଧାନନଗର ପୋଲିସ । ବୋମା ଥିବା ବିମାନବନ୍ଦର ମଧ୍ୟରେ ଗୋଟିଏ କୋଲକାତା ହୋଇଥିବା ବେଳେ ଅନ୍ୟ ତିନୋଟି ଜଣାପଡିନାହିଁ । ରାଜ୍ୟର ରାଜକୋଟ ବାସିନ୍ଦା ଜିଗ୍ନେଶ ମଲାନୀ ଓ କଶ୍ୟପ କୁମାର ଲାଲନି । ହେଲେ ସବୁଠୁ ବଡ଼ ଅସ୍ୱସ୍ତିକର ବିଷୟ ହେଊଛି ଯେ ସର୍ଚ୍ଚ ଅପରେସନରେ କୌଣସି ବିସ୍ଫୋରକ ସାମଗ୍ରୀ ଜବତ ହୋଇନଥିବାରୁ ଏହା ଏକ ମିଛ ଧମକ ବୋଲି କହିଛନ୍ତି ସିଆଇଏସଏଫର ବରିଷ୍ଠ ଅଧିକାରୀ ।

Leave a Reply

Your email address will not be published. Required fields are marked *