Pratidin TV

Odisha's Digital News Platform

କୋଲକାତା ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣା ; ଭୀମଭୋଇ ମେଡିକାଲ କଲେଜ ଛାତ୍ରଛାତ୍ରୀ କଲେ କ୍ୟାଣ୍ଡେଲ ଶୋଭାଯାତ୍ରା , ମାଗିଲେ ନ୍ୟାୟ …

1 min read

ବଲାଙ୍ଗୀର ; କୋଲକତାର ଆର.ଜି କର ହସ୍ପିଟାଲର ଜଣେ ଡାକ୍ତରୀ ଛାତ୍ରୀ ଡ଼: ମୌମିତା ଦେବନାଥ ଙ୍କୁ କୁକର୍ମ ପରେ ହତ୍ୟା କରାଯାଇଥିବା ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୁରା ଦେଶବ୍ୟାପି ଡାକ୍ତରୀ ଦଳ ପ୍ରତିବାଦ ଉଠାଇଛନ୍ତି । କିପରି ଜଣେ ଟ୍ରେନି ଡାକ୍ତରଙ୍କୁ ଡ୍ୟୁଟି ସମୟରେ କୁକର୍ମ କରି ହତ୍ୟା କରାଗଲା ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଟାନ ନିଆଯିବାକୁ ଦାବି କରାଯାଇଛି ।

ସେହିଭଳି ଏହାର ପ୍ରତିବାଦରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀଛାତ୍ରମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ସହର ପରିକ୍ରମା କରିଛନ୍ତି । ରବିବାର ସନ୍ଧ୍ୟାରେ ଭୀମଭୋଇ ମେଡିକାଲ କଲେଜ ଛାତ୍ର ସଂସଦ ସାଧାଣ ସମ୍ପାଦକ ସରୋଜ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ବହୁ ଛାତ୍ରୀଛାତ୍ର କଲେଜ କ୍ୟାମ୍ପସରୁ କ୍ୟାଣ୍ଡେଲ ଧରି ମେଡିକାଲ କଲେଜ ଛକ ଓ ସଦର ଥାନା ସମ୍ମୁଖ ଦେଇ ପରିକ୍ରମା କରିଥିଲେ। ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ଡାକ୍ତରଖାନା ଭିତରେ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ରମାନେ ଯଦି ସୁରକ୍ଷିତ ରହୁନାହାନ୍ତି ତେବେ ସେମାନେ କିଭଳି ଲୋକଙ୍କୁ ସେବା ଯୋଗାଇବେ।

Advertisement

କୋଲକତାର ଏକ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଯେଭଳି ଭାବେ ନିର‌୍ୟାତନା ଦିଆଯାଇ ହତ୍ୟା କରାଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ହସ୍ପିଟାଲ ଭିତରକୁ ବାହାର ଲୋକ ପଶି ଡାକ୍ତରଙ୍କୁ ହତ୍ୟା କରିବା ଡାକ୍ତର, ରୋଗୀ ଓ ପରିଜନଙ୍କୁ ଚିନ୍ତାରେ ପକାଇଛି। ଏଣୁ ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି ଉଚିତ୍ ଦଣ୍ଡବିଧାନ କରିବାକୁ ଡାକ୍ତରୀ ଛାତ୍ରୀଛାତ୍ରମାନେ ଦାବି କରିଥିଲେ। ହସ୍ପିଟାଲ ଭିତରେ ଏବଂ ବାହାରେ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *