ଲିଭି-ଇନ ହେଲା କାଳ; ଜୀବନ ନେବା ପରେ ପୋଲିସକୁ ଫୋନ କରି ସ୍ୱୀକାର କଲେ ଅଭିଯୁକ୍ତା ମହିଳା
1 min readକୋଲକାତା ଅଞ୍ଚଳରେ ଜଣେ ଛାଡପତ୍ର ମହିଳା ତାଙ୍କ ଲିଭ ଇନରେ ରହୁଥିବା ସାଥୀଙ୍କୁ ଛୁରୀରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ତା’ପରେ ନିଜେ ପୋଲିସକୁ ଦେଇଥିଲେ ଏ ବିଷୟରେ ସୂଚନା । ପରେ ପୋଲିସ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଥିଲା। ତାଙ୍କୁ କୋର୍ଟ ଚାଲାଣ କରିବା ପରେ ତାଙ୍କୁ ଜେଲ ପଠାଯାଇଛି। କିନ୍ତୁ ମହିଳା ଜଣକ କାହିଁକି ଏହି ଜଘନ୍ୟ ଘଟଣା ଘଟାଇଛନ୍ତି ପୋଲିସ ଜାଣିବାକୁ ଚେଷ୍ଟା ଜାରି ରଖିଛି। କାରଣ ମହିଳା ଜଣକ କେବଳ ତାଙ୍କୁ କହିଥିଲେ ଯେ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଝଗଡା ହେଉଥିଲା।
ସୂଚନା ମୁତାବକ, ୨୮ ଫେବୃଆରୀ ରେ କୋଲକାତାର ଦମଦାମ ଅଞ୍ଚଳରେ ରହୁଥିବା ଜଣେ ୩0 ବର୍ଷୀୟ ମହିଳା ପୋଲିସକୁ ଫୋନ କରି କହିଥିଲେ କି ସେ ତାଙ୍କର ସହ ଲିଭ ଇନ ରେ ରହୁଥିବା ପାର୍ଟନରର ହତ୍ୟା କରିଛନ୍ତି |ତଙ୍କବ ଆସି ଗିରଫ କରାଯାଉ | ଏହି ସୂଚନା ପାଇବା ପରେ ପୋଲିସକୁ ଲାଗୁଥିଲା ମହିଳା ଜଣକ ତାଙ୍କ ସହ ମଜାକ କରୁଛନ୍ତି | କିନ୍ତୁ ତଥାପି ପୋଲିସ ମହିଳା କହିଥିବା ସ୍ଥାନକୁ ଯାଇଥିଲେ | ସେଠାରେ ପୋଲିସ ଯେତେବେଳେ ଆପାର୍ଟମେଣ୍ଟ ଯାଇଥିଲେ ସେ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାର ଅର୍ଥ ମହିଳା ଯାହା କହିଥିଲେ ତାହା ଠିକ୍ ଥିଲା। କିନ୍ତୁ ସେ ମହିଳା କିଏ ଏବଂ ସେ ଏହି ହତ୍ୟା କାହିଁକି କଲେ ?
ସୂଚନା ଅନୁସାରେ, ମହିଳା ଜଣକ ହେଲେ ୩0 ବର୍ଷୀୟ ସାନହତି ପାଲ | ସେ ଏକ ମେକଅପ ଆର୍ଟିଷ୍ଟ ଏବଂ ମହିଳାଙ୍କର ଜଣେ ପୁଅ ମଧ୍ୟ ଅଛି | ସାନହତି ତାଙ୍କ ପ୍ରଥମ ବିବାହରୁ ଛାଡ଼ପତ୍ର ନେବା ପରେ ତାଙ୍କ ଜୀବନକୁ ସାର୍ଥକ ଦାସ ଆସିଥିଲେ | ସାର୍ଥକ ପେସାରେ ଜଣେ ଫଟୋଗ୍ରାଫର ଥିଲେ | ଭଲ ପାଇବା ପରେ ଦୁହେଁ ଏକାସାଙ୍ଗରେ ରହିବା ପାଇଁ ଭାବିଥିଲେ | ସାର୍ଥକ, ସାନହତି ଓ ତାଙ୍କ ପୁଅ ଦୁହେଁ ଏକ ସାଙ୍ଗରେ ଦମଦାମ ଅଞ୍ଚଳରେ ରହୁଥିଲେ | କିନ୍ତୁ କିଛି ଦିନ ହେବ ଦୁହିଁଙ୍କ ଭିତରେ ଝଗଡା ହେଉଥିଲା | ପରେ ଏପରି କାଣ୍ଡ ଭିଆଇଥିଲେ ମହିଳା | କିନ୍ତୁ ପୋଲିସକୁ ଏପର୍ଯ୍ୟନ୍ତ ହତ୍ୟାର ମୂଳ କାରଣ ଜଣାପଡ଼ିନି |