Pratidin TV

Odisha's Digital News Platform

କୋଲକଲା ଲଜ୍ଜା ; କୋର୍ଟରେ କାନ୍ଦିଲା ଅଭିଯୁକ୍ତ ସଞ୍ଜୟ , କହିଲା ମୁଁ ନିର୍ଦ୍ଦୋଶ ନିଶ୍ଚୟ ପ୍ରମାଣ ମିଳିବ .,

କୋଲକାତା ଟ୍ରେନି ଡାକ୍ତରଙ୍କ ହତ୍ୟା ଘଟଣା ଦିନକୁ ଦିନ ଆହୁରି ସନ୍ଦେହ ଘେରକୁ ଯାଉଛି । ସିବିଆଇ ଏହି ଘଟଣାର ଯେତିକି ନିକଟତର ହେଉଛି ଏହି ମାମଲା ସେତିକି ଛନ୍ଦିହୋଇ ଯାଉଛି । ପ୍ରଥମେ ପୋଲିସ ଆଗରେ ୯ ଅଗଷ୍ଟର ଘଟଣା ବଖାଣି ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ସଞ୍ଜୟ । ଆଉ ତାକୁ ଫାଶି ଦିଆଯାଉ ବୋଲି ମଧ୍ୟ ସେ ହାତଯୋଡି ପୋଲିସ ଅଫିସରକୁ କହିଥିଲା । କିନ୍ତୁ ୧୪ ଦିନିଆ ରିମାଣ୍ଡରେ ଆସି ନିଜ ଷ୍ଟେଟମେଣ୍ଟ ବଦଳାଇଛି ସଞ୍ଜୟ । ସିବିଆଇ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ହୋଇ ସଞ୍ଜୟ କହିଛି ମୋର ପଲିଗ୍ରାଫ୍ ଟେଷ୍ଟ କରାଯାଉ । ନିଶ୍ଚୟ ସତ ସାମ୍ନାକୁ ଆସିବ । ମୁଁ କୌଣସି ଅପରାଧ କରିନାହିଁ । ମୋତେ ଫସାଇବାକୁ ପ୍ରୟାସ କରାଯାଉଛି ବୋଲି ସିବିଆଇ ସାମ୍ନାରେ ବୟାନ ରଖିଛି ସଞ୍ଜୟ ।

ତେବେ ଏଠାରେ ସବୁଠୁ ବଡ ପ୍ରଶ୍ନ ସିବିଆଇ ସାମ୍ନାରେ ଛିଡାହୋଇଛି ଯେ ଯେଉଁ ସଞ୍ଜୟ କିଛିଦିନ ପୂର୍ବରୁ ନିଜକୁ ଦୋସୀ କହି ଫାଶୀ ଦେବାକୁ କହୁଥିଲା । ହଠାତ୍ କାହିଁକି ନିଜ ବୟାନ ବଦଳାଇଲା । କୌଣସି ଚାପରେ ସଞ୍ଜୟ ଏହି ଅପରାଧକୁ ନିଜ ମୁଣ୍ଡକୁ ନେଇଥିଲା ନା ସତରେ ସଞ୍ଜୟ ହିଁ ଅଭିଯୁକ୍ତ । ବର୍ତ୍ତମାନ ପୁରା ଦେଶବାସୀଙ୍କ ସାମ୍ନାରେ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପଟେ ଟ୍ରେନି ଡାକ୍ତର ମୌମିତାଙ୍କ ସହ କୁକର୍ମ ପରେ ହତ୍ୟା ଘଟଣା ଦିନର ସିସିଟିଭି ସାମ୍ନାକୁ ଆସିଛି । ଫୁଟେଜ୍ ରେ ଅପରାଧ ଘଟାଇବା ପୂର୍ବରୁ ସଞ୍ଜୟକୁ ହସ୍ପିଟାଲରେ ସିସିଟିଭିରେ ଦେଖିବାକୁ ମିଳିଥିଲା । ଏହା ସହ ସେ ସେମିନାର ହଲ୍ ରେ ପ୍ରବେଶ କରିବାର ଦୃଶ୍ୟ ଭାଇରାଲ ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *