Pratidin TV

Odisha's Digital News Platform

ମଣିଷ ହାଡ଼ରେ ତିଆରି କରାଯାଇଛି ରାସ୍ତା , ଯାଇଛି ୧୦ ଲକ୍ଷ ଲୋକଙ୍କ ଜୀବନ …

1 min read

ସାଧାରଣତଃ ରାସ୍ତା ତିଆରି ପାଇଁ ମାଟି ଗୋଡି ବାଲିର ଆବଶ୍ୟକତା ପଡିଥାଏ । ହେଲେ କେବେ ଶୁଣିଛନ୍ତି କି ମଣିଷ ହାଡରେ ରାସ୍ତା ତିଆରି ହେବାରେ । ଏ କଥା ଶୁଣିବା ପରେ ସମସ୍ତେ ନିଶ୍ଚୟ କହିବେ ମଣିଷ ହାଡରେ ପୁଣି ରାସ୍ତା , ଏହା କେମିତି ସମ୍ଭବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମଣିଷ ହାଡରେ ରାସ୍ତା ତିଆରି ହୋଇସାରିଛି । ଏ ହେଉଛି ମଣିଷ ହାଡରେ ତିଆରି ହୋଇଥିବା ସେହି ରାସ୍ତା ।

ଆଉ ଏହି ରାସ୍ତା ତିଆରି ପାଇଁ ୧୦ଲକ୍ଷ ଲୋକଙ୍କର ଜୀବନ ଯାଇଛି । ଯେଉଁଠି ଇଟା, ପଥର, ବାଲି ଇତ୍ୟାଦି ଏକ ରାସ୍ତା ତିଆରି ପାଇଁ ବ୍ୟବହୃତ ହୁଏ , ସେଠି ଏହି ରାସ୍ତା ତିଆରି କରିବା ପାଇଁ ମାନବ ହାଡ଼ ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଏହି ରାସ୍ତା କୁ “ରୋଡ୍ ଅଫ୍ ବୋନ୍ସ” ବୋଲି କୁହାଯାଏ । ଏହି ରାସ୍ତାଟି ଋଷରେ ଅବସ୍ଥିତ । ଯାହାର ପ୍ରକୃତ ନାଁ ହେଉଛି କୋଲିମା ରାଜପଥ । ଏହା “ବୋନ୍ସ ଅଫ ଦି ରୋଡ” ହେବା ପଛରେ ରହିଛି ଏକ କାରଣ ।

Advertisement

ଶୀତ ରୁତୁରେ, ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥାଏ, ଯାହା ରାସ୍ତାକୁ ମଧ୍ୟ ଆଚ୍ଛାଦନ କରିଥାଏ । କୁହାଯାଏ ଯେ ତୁଷାରପାତ କାରଣରୁ ଯାନବାହାନ ଦୁର୍ଘଟଣା ହୋଇଥାଏ , ଯେଉଁଥିପାଇଁ ରାସ୍ତା ନିର୍ମାଣରେ ମନୁଷ୍ୟର ହାଡ଼ ମଧ୍ୟ ବାଲି ସହିତ ମିଶ୍ରିତ ହୋଇଥିଲା ।
ସୋଭିଏତ୍ ୟୁନିଅନର ଏକଛତ୍ରବାଦୀ ଶାସକ ଜୋସେଫ୍ ଷ୍ଟାଲିନଙ୍କ ସମୟରେ ଏହି ରାଜପଥ ନିର୍ମାଣ କରାଯାଇଥିଲା । କୋଲିମା ରାଜପଥ ନିର୍ମାଣରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।

ଏହି ରାଜପଥର ନିର୍ମାଣ ୧୯୩୦ ଦଶକରେ ଆରମ୍ଭ ହୋଇଥିଲା ଯେଉଁଥିରେ ବନ୍ଧା ଶ୍ରମିକ ଏବଂ ବନ୍ଦୀମାନେ ନିୟୋଜିତ ହୋଇଥିଲେ । ଏହି ଶ୍ରମିକମାନଙ୍କୁ କୋଲିମା ଶିବିରରେ ବନ୍ଦୀ ଭାବରେ ରଖାଯାଇଥିଲା । କୋଲିମା କ୍ୟାମ୍ପକୁ ଯାଇଥିବା ଜଣେ କଏଦୀ ସେଠାରୁ ଫେରିବା ଅସମ୍ଭବ ହୋଇପଡିଥିଲା । ଯଦିଓ କେହି ଏଠାରୁ ପଳାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଅଧିକ ଦିନ ବଞ୍ଚିପାରିବେ ନାହିଁ, କାରଣ ସେ ଭାଲୁର ଶିକାର ହୋଇଥାନ୍ତି କିମ୍ବା ଅତ୍ୟଧିକ ଥଣ୍ଡା ଏବଂ ଭୋକ କାରଣରୁ ସେ ମରିଯାଇଥାନ୍ତି । ଏହାପରେ ସେମାନଙ୍କୁ ଏହି ରାସ୍ତାରେ କବର ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *