Pratidin TV

Odisha's Digital News Platform

ବୋରିଗୁମ୍ମା ଜାତୀୟ ରାଜପଥରେ ସଡକ ଦୁର୍ଘଟଣା, ୫ମେଡିକାଲରେ ଭର୍ତ୍ତି…

1 min read

କୋରାପୁଟ: ଅଶୁଭ ହେଲା ନୂଆ ବର୍ଷ । ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନମ୍ବର କୁନ୍ଦ୍ରାଗୁଡ଼ା ନିକଟରେ ଆଜି ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ଦୁଇଟି ବୋଲେର, ଦୁଇଟି କାର ଏବଂ ଗୋଟିଏ ବାଇକ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଗୁରୁତର ଆହାତ ହୋଇଥିଲେ । ଦୁର୍ଘଟଣାରେ କାର ଚାଳକ ଗାଡି ମଧ୍ୟରେ ଫସି ରହିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଥିଲେ । ଅଗ୍ନିଶମ କର୍ମଚାରୀ କଟର ମେସିନ ମାଧ୍ୟମରେ ଗାଡିଟିର ଡୋର କାଟି ବହୁ କଷ୍ଟରେ ଗୁରୁତର ଚାଳକଙ୍କୁ ଉଦ୍ଧାର କରିଥିଲା । ଏବଂ ଦୁର୍ଘଟଣାରେ ସମସ୍ତ ଆହତ ବ୍ୟକ୍ତିଙ୍କୁ ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କୋରାପୁଟ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ ତଦନ୍ତ ଚଳାଇଥଲା । ଅପରପକ୍ଷେ ଆହତ ବ୍ୟକ୍ତି ମାନେ ନବରଙ୍ଗପୁର ଅଞ୍ଚଳର ତିନି ଜଣ ଏବଂ ସେମିଳିଗୁଡା ଏବଂ ଝିଲିମିଲି ଅଞ୍ଚଳର ଜଣେ ଲେଖାଏଁ ବୋଲି ଜଣାପଡିଛି । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଥିବା ଯୋଗୁଁ ଜେସିବି ମାଧ୍ୟମରେ ରାସ୍ତା ଉପରେ ପାଡି ରହିଥିବା ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ହଟା ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *