କୋରାପୁଟରେ ରସୁଣ ଦର ଆକାଶ ଛୁଆଁ….
1 min readଅମଳ ସମୟରେ ରସୁଣର ଦରଏବେ ଉଚ୍ଚ ଶିଖରରେ । ଏହି ଦର ବୃଦ୍ଧି ଖବର ଆସିଛି କୋରାପୁଟରୁ । ଅମଳ ସମୟରେ ବଜାରରେ ରସୁଣ କିଲୋର ଦାମ ପାଖାପାଖି ୫୦୦ଟଙ୍କାରେ ପହଞ୍ଚିଛି । ଆଶ୍ଚର୍ଯ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚ ଦରରେ ବିକ୍ରି ହେଉଛି ରସୁଣ | ଚଳିତ ବର୍ଷ କୋରାପୁଟରେ ଗତ ବର୍ଷ ଅପେକ୍ଷା ୨୭ ପ୍ରତିଶତ ଅଧିକ ଅମଳ ହୋଇଛି। ତାହାଲେ ରସୁଣ ଦର ବୃଦ୍ଧିରେ ବିକ୍ରୀକରିବା କାରଣ ଆଶ୍ଚର୍ଯ୍ୟ କରିଛି ।
ରସୁଣ ଦ୍ୱାରା ବୃଦ୍ଧି ହେବ କାରଣରୁ , ଘରୁ ଆସୁନାହିଁ ଆଉ ରସୁଣ। ରସୁଣ ଚାଷ କରୁଥିବା ଚାଷୀ ନୁହେଁ, ରସୁଣ ବିକ୍ରି କରୁଥିବା ବ୍ୟବସାୟୀମାନେ ଦଦର ବଢ଼ାଇଥିବା ନେଇ ଅନୁମାନ କରାଯାଉଅଛି |ଏବେ ଦୋକାନରେ ମଧ୍ୟ ରସୁଣ କମ ଦେଖିବାକୁ ମିଳୁଛି । କୋରାପୁଟ ବଜାରରେ ଏହି ସବୁ ଦୃଶ୍ୟ ଦେଖିବାକୁ ମିଳିଛି ରସୁଣ ଅମଳ ସମୟରେ | ୨ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିବା ଚାଷୀ ବ୍ୟବସାୟୀମାନେ ଏହାକୁ କିଲୋ ହିସାବରେ ୪୫୦ରୁ ୪୮୦ ଟଙ୍କା ବିକ୍ରି କରୁଛନ୍ତି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ କୋରାପୁଟରେ ପ୍ରଚୁର ପରିମାଣରେ ଚାଷ ହୋଇଥିବା ବେଳେ ସେଠାରେ ରସୁଣ କିଣିବାକୁ ଡରୁଛନ୍ତି ଲୋକେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅମଳ ହୋଇଛି । ଅନୁମାନ କରାଯାଉଛି ରସୁଣ ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀର ହାତ ରହିଥାଇପାରେ । ଏପରିକି ଶୁଣିବାକୁ ମିଳୁଛି କି ବାହାର ରାଜ୍ୟ ମାଫିଆ ମୁଲିଆ ଲାଗାଇ ଜମିରୁ ରସୁଣ ନେଇଯାଉଥିବା ଜଣାପଡୁଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି କହିଛନ୍ତି, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ।