Pratidin TV

Odisha's Digital News Platform

ପ୍ରେମ ବିବାହର ବିଭତ୍ସ ରୂପ ; ବର୍ଷେ ନପୁରୁଣୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସଇତାନ ସ୍ୱାମୀ ..

କୋରାପୁଟ୍ : ପ୍ରେମରେ ଅନ୍ଧ ହୋଇ ଦିନେ ଯାହା ହାତଧରିବା ପାଇଁ ବାପଘର ଏରୁଣ୍ଡି ବନ୍ଧ ଡେଇଁଥିଲା । ଆଜି ସିଏ ହିଁ ନେଇଗଲା ତା ଜୀବନ । ୭ ଜନ୍ମର ସାଥି ହେବା ପାଇଁ ଯାହା ହାତ ଧରିଥିଲା ବିବାହର ବର୍ଷେ ପୁରୁଣୁ ତାରି ହାତରେ ଜୀବନ ଗଲା । ସଇତାନ ପାଲଟିଗଲା ସ୍ୱାମୀ । ପ୍ରେମ ବିବାହ କରି ଆଣିଥିବା ନିଜ ପତ୍ନୀକୁ ନିଜ ହାତରେ ନିର୍ମମ ଭାବେ ହତ୍ୟାକଲା । ଏଭଳି ଏକ ହୃଦୟଥରା ଘଟଣା କୋରାପୁଟ୍ ଜିଲ୍ଲାରେ ଘଟିଛି ।

ପ୍ରେମ ବିବାହ କରି ଥିବା ନିଜ ଧର୍ମ ପତ୍ନୀ କୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣି ରେ ବିଭତ୍ସ ଭାବେ ଟାଙ୍ଗିଆ ରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁ ରେ। ମୃତ ମହିଳା ଜଣକ ହେଲେ ମମିତା ମୁଦୁଲି (୨୦) ଅଭିଯୁକ୍ତ ସ୍ବାମୀ ହେଲା ଅଜୟ ମୁଦୁଲି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରିବା ସହ ତାକୁ ଥାନା ରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ଘଟଣାଟି ଗତ କାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ଏଭଳି ଜଘନ୍ୟ ହତ୍ୟା କାଣ୍ଡ ଘଟିଥିବା ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ବୁଧବାର ଦିନ ଅପରାହ୍ନରେ ରେ ଖରା ଧାନ ଚାଷ କରିବା ଲାଗି ଗାଁ ନିକଟସ୍ଥ ବିଲ ରେ କାମ କରିବାକୁ ଯାଇଥିଲେ।ଦିନ ସାର ବିଲ ରେ କାମ କରି ଘରକୁ ଫେରୁଥିବା ବେଳେ କୈାଣସି କଥା କୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇ ଥିଲା। ଏଥିରେ ଅଭିଯୁକ୍ତ ଅଜୟ ଉତ୍ୟକ୍ତ ହୋଇ ନିତିଦିନ ବ୍ୟବହାର କରୁଥିବା ଧାରୁଆ ଟାଙ୍ଗିଆ ରେ ଆକ୍ରମଣ କରି ଜୀବନ ରେ ମାରି ଦେଇ ଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟ ପଟେ ଅଧିକ ତଦନ୍ତ ପାଇଁ କୋରାପୁଟ ର ଏକ ସାଇଣ୍ଟିପିକ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଲାଇ ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *