Pratidin TV

Odisha's Digital News Platform

ସ୍କୁଲ ବ୍ୟାଗ୍‌ରୁ ବହିଖାତା ବଦଳରେ ପୁଳା ପୁଳା ଗଞ୍ଜେଇ , ୪ ଜଣଙ୍କୁ ବାନ୍ଧିଲା ପୋଲିସ ..

1 min read

କୋରାପୁଟ୍ : ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍ । ସ୍କୁଲ ବ୍ୟାଗ୍‌ରୁ ବହି ଖାତା ବଦଳରେ ବାହରୁଛି ପୁଳା ପୁଳା ଗଞ୍ଜେଇ । ଯୁବ ପୀଢିକୁ ଘାରିଲାଣି ବିଷର ନିଶା । ସ୍କୁଲ କଲେଜ ଯିବା ବଦଳରେ ବାହର ରାଜ୍ୟକୁ ଚାଲାଣ କରୁଛନ୍ତି ଗଞ୍ଜେଇ । ଗଞ୍ଜେଇ ମାଫିଆମାନେ ଯୁବପୀଢିଙ୍କୁ ଟଙ୍କା ଳାଳସା ଦେଖାଇ କରାଉଛନ୍ତି ଏଭଳି କାମ । ପୋଲିସ ଆଖିରୁ ବର୍ତ୍ତିବା ପାଇଁ ସ୍କୁଲ କଲେଜ୍ ଛାତ୍ରମାନଙ୍କ ବ୍ୟାଗରେ ରାଜ୍ୟବାହରକୁ କରାଯାଉଛି ଗଞ୍ଜେଇ ଚାଲାଣ ।

ସୂଚାନାଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ମଲଗୋଁ ଛକ ନିକଟରେ ଚଢାଉ କରି ୪ ଜଣ ଯୁବକଙ୍‌କ ଠାରୁ ୨୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ୍ କରିଥିଲେ ।

Advertisement

ଗିରଫ ୪ ଯୁବକଙ୍କ ମଧ୍ୟରେ ୨ ଜଣ ଉତ୍ତରପ୍ରଦେଶର ଓ ୨ ଜଣ ବିହାରର ବୋଲି ଜଣାପଡ଼ିଛି। ସେମାନେ ହେଲେ ୟୁପିର ସନ୍ଦୀପ, ସୁମିତ ଓ ବିହାରର ଅଜିତ ରାମ ଓ ସୋନୁ ରାମ। ଏହି ୪ ଯୁବକ ଆନ୍ଧ୍ର ସୀମା ଦେଇ ଗଞ୍ଜେଇ ଭର୍ତ୍ତି ୪ଟି ସ୍କୁଲ ବ୍ୟାଗ ଧରି ଓଡ଼ିଶା ସୀମାରେ ପଶିଥିଲେ। ସେମାନେ ଗତକାଲି ସନ୍ଧ୍ୟାରେ ଓଡ଼ିଶା ସୀମାଠୁ ପ୍ରାୟ ୪୦ କିମି ଦୂର ଲମତାପୁଟରେ ଚାଲି ଚାଲି ଯାଉଥିଲେ।

ସେମାନଙ୍କ ଚାଲିଚଲଣ ସନ୍ଦେହ ହେବାରୁ ପୁଲିସ୍ ପକ୍ଷରୁ ତୁରନ୍ତ ସେମାନଙ୍କୁ ଅଟକା ଯାଇଥିଲା। ଏହାପରେ ଯାଞ୍ଚ ସମୟରେ ସେମାନଙ୍କ ବ୍ୟାଗରୁ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା।ଏହି ୪ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଏହି ରାକେଟ କେତେ ଦୂର ଲମ୍ବିଛି ତାହାର ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *