କୋରାପୁଟ ମେଡିକାଲ କଲେଜରେ ଅଗ୍ନିକାଣ୍ଡ , ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ ..
1 min readବର୍ତ୍ତମାନର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି ।କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସର୍ଟ ସର୍କିଟ ହୋଇଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ SNCUରେ ଏହି ଅଘଟଣ ଘଟିଛି। ଫଳରେ ସମ୍ପୂର୍ଣ୍ଣ ୟୁନିଟ ଧୂଆଁମୟ ହୋଇଯିବାରୁ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ସର୍ଟ ସର୍କିଟ କାରଣରୁ ଅନେକ ଶିଶୁ ଗୁରୁତର ହୋଇପଡିଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ମାତୃ ଓ ଶିଶୁ ବିଭାଗ ଏସଏନସିୟୁରେ ନିଆଁ ଲାଗିଥିବାରୁ ସେଠାରୁ ନବଜାତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।