Pratidin TV

Odisha's Digital News Platform

କୋରାପୁଟ୍ ରାଜେନ୍ଦ୍ରଙ୍କୁ , ପୁଅ କରିନେଲେ ସ୍ୱିଡେନ୍ ଦମ୍ପତି ।

1 min read

କୋରାପୁଟ୍ ; କୋରାପୁଟ୍ ପୁଅ ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନ୍ ଦମ୍ପତି। ସରକାରୀ ନୀତି ନିୟମ ଅନୁସାରେ କାଗଜପତ୍ର କାମ ସରିବା ପରେ ଆଜି ସ୍ୱଦେଶ ଫେରି ଯାଇଛନ୍ତି ସ୍ୱିଡେନ୍ ଦମ୍ପତି। ରାଜେନ୍ଦ୍ରଙ୍କୁ ପାଇଥିବାରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ସ୍ୱିଡେନ୍ ଦମ୍ପତି କ୍ଲିଫର୍ଡ ଲୁକ୍ ଥୋମାସ ଓ ଚେରିଲ୍ କେ ଥୋମାସ୍।

କୋରାପୁଟ ଜିଲ୍ଲା ଗୌଡ଼ଗୁଡ଼ା ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନର ଗେହ୍ଲା ପୁଅ ହେଉଛନ୍ତି ରାଜେନ୍ଦ୍ର। ସେ ସମସ୍ତଙ୍କର ଅତି ପ୍ରିୟ। ଗତ ୩ ବର୍ଷ ହେଲେ ସେ ସେଠାରେ ରହୁଥିଲେ। ତାଙ୍କର ଫଟୋ CARA(Central Adoption Resource Authority) ୱେବ୍ସାଇଟ୍ ରେ ଅପ୍ଲୋଡ୍ କରାଯାଇଥିଲା।

CARAରୁ ରାଜେନ୍ଦ୍ରଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ସ୍ଵିଡେନ୍ ହାଗଗାଟନର ସ୍ଥାୟୀ ବାସିନ୍ଦା କ୍ଲିଫର୍ଡ ଲୁକ୍ ଥୋମାସ ଓ ତାଙ୍କ ପତ୍ନୀ ଚେରିଲ୍ କେ ଥୋମାସ୍। ଏହା ପରେ ସେମାନେ CARA ସହିତ ଯୋଗାଯୋଗ କରିଥିଲେ। ପୋଷ୍ୟ ସନ୍ତାନ ପାଇଁ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *