Pratidin TV

Odisha's Digital News Platform

ସାବଧାନ ! ଟ୍ରାଫିକ୍ ଛକରେ ଏପରି ଲୁଟୁଛନ୍ତି ଦୁର୍ବୁତ୍ତ : ଆଖି ପିଛୁଳାକେ ନେଇଗଲେ ୩ଲକ୍ଷ ଟଙ୍କା

1 min read

କୋରାପୁଟ : ନାହିଁ ପୋଲିସର ଡର । ଦ୍ୱିନ ଦ୍ୱିପହରରେ ଲୋକଙ୍କୁ ଲୁଟୁଛନ୍ତି ଦୁର୍ବୁତ୍ତ । ଶେଷରେ ଟ୍ରାଫିକ୍ ଛକରେ ମହିଳାଙ୍କଠାରୁ ଲୁଟିନେଲେ । କୋରାପୁଟରେ ଦିନ ଦ୍ୱିପ୍ରହରରେ ଲୁଟ୍ । ଟ୍ରାଫିକ ଛକରୁ ଜଣେ ମହିଳାଙ୍କ ହାତରୁ ଆଖି ପିଛୁଳାକେ ତିନି ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ।

Advertisement
ଲୁଟେରା

କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ପର୍ଶୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ବ୍ୟାଙ୍କ ରୁ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଲୁଟ ହୋଇଛି।ଖବର ଅନୁଯାୟୀ, ଏଚଡିଏଫସି ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଟ୍ରାଫିକ ଛକ ରାସ୍ତା କଡରେ ଥିବା ଦୋକାନରୁ ପରିବା କିଣି ଘରକୁ ଫେରୁଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ ରେ ଆସି ବ୍ୟାଗକୁ ଝାମ୍ପି ନେଇ ପଳାଇଥିଲେ । ଏନେଇ ପର୍ଶୁ ମୁଦୁଲି କୋରାପୁଟ ଟାଉନ ଥାନାରେ ଅଭିଯୋଗ ପରେ ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ପୋଲିସ।

Leave a Reply

Your email address will not be published. Required fields are marked *