Pratidin TV

Odisha's Digital News Platform

କୋରାପୁଟ ରେଳ ଲାଇନକୁ ଖସିଲା ପଥର , ବାତିଲ ହେଲା ଏହି ୪ଟି ଟ୍ରେନ୍…

1 min read

କୋରାପୁଟ୍ : ବିଶାଖାପାଟଣା କୋରାପୁଟ କିରୁଣ୍ଡଲ ରେଳପଥରେ ରେଳ ଚଳାଚଳ ବନ୍ଦ। ଖବର ଅନୁଯାୟୀ କୋରାପୁଟ ରେଳ ଷ୍ଟେସନ ଠାରୁ ୧୧୭ କିମି ଦୂର କୋତା ବାଲସା ନିକଟରେ ରେଳ ଧାରଣା ଉପରେ ପଥର ଖସିବାରୁ ରେଳ ଚଳାଚଳ ବନ୍ଦ କରାଯାଇଛି।

ବାଦଲ ଫଟା ବର୍ଷା ଯୋଗୁ ପାହାଡରୁ ପଥର ଧସି ବୋରାଘୁଲା ଉପକର୍କାଭାଲସା ମଧ୍ୟରେ ରେଳ ଧାରଣାରେ ପଥର ପଡିଥିବା ରେଳ ବିଭାଗର ସୂଚନା। ଉକ୍ତ ରେଳପଥରେ ଚାରୋଟି ଟ୍ରେନ୍ ବାତିଲ ସହ ରାତ୍ରୀକାଳୀନ ଏକ୍ସପ୍ରେସକୁ ରାୟଗଡ଼ା ଦେଇ ଦିଗ ପରିବର୍ତ୍ତନ କରାଯାଇଛି।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ବରିଷ୍ଠ କମର୍ସିଆଲ ମ୍ୟାନେଜର। ତେବେ ବାତିଲ ହୋଇଥିବା ୪ଟି ଟ୍ରେନ ହେଉଛି -ବିଶାଖାପାଟଣା-କିରିଣ୍ଡୁଲ ଓ କିରିଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା-କିରିଣ୍ଡୁଲ ଓ କିରିଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ।

Leave a Reply

Your email address will not be published. Required fields are marked *