Pratidin TV

Odisha's Digital News Platform

ଖୋର୍ଦ୍ଦା ସାଙ୍ଗକୁ ଅପହରଣ ପରେ ହତ୍ୟା ମାମଲା : କୂଅରୁ ମିଳିଲା ଆଶୁତୋଷ ମୋବାଇଲ ,ଖୋଲିବ ଅଭିଯୁକ୍ତ ଆର୍ଶୀବାଦର ସବୁ ରାଜ୍ ..

ଖୋର୍ଦ୍ଦା : ଖୋର୍ଦ୍ଦା ଜିଲ୍ଲା ବାଲୁଗାଁ ଯୁକ୍ତ ୨ ଛାତ୍ର ଆଶୁତୋଷ ପ୍ରଧାନର ଅପହରଣ ପରେ ହତ୍ୟା ମାମଲା । ସାଙ୍ଗ ଆର୍ଶିବାଦକୁ ବାନ୍ଧିଥିଲା ପୋଲିସ । ଆଜି କରିଛି ସିନ ରିକ୍ରିଏସନ୍ । ଆଶୁତୋଷର ମୃତ ଦେହ ମିଳିଥିବା କୂଅରୁ ଠାବ ହୋଇଛି ତାଙ୍କ ଫୋନ । ଯେଉଁଥିପାଇଁ ଆଶୁତୋଷକୁ ମାରିବାକୁ ମାଷ୍ଟରମାଇଣ୍ଡ ପ୍ଲାନିଂ ରଚିଥିଲା ସାଙ୍ଗ ଆର୍ଶୀବାଦ୍ ।

ଆଶୁତୋଷ

୨୩ ତାରିଖ ଦିନ ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନାଅନ୍ତର୍ଗତ ବଡହନ୍ତୁଆଡ଼ ନିକଟ ଖମାର ସାହିର ଆଶୁତୋଷ ପ୍ରଧାନ ନିଜ ଟ୍ୟୁସନ ଫେରୁଥିବା ସମୟରେ ତାକୁ ନିଜ ଘରକୁ ଡାକିନେଇଥିଲା ସାଙ୍ଗ ଆର୍ଶୀବାଦ । ସେଠାରେ ତାକୁ ମଦ ପିଆଇ ନିସାରେ ଚୁର କରାଇଥିଲା । ତାପରେ ଆଶୁତୋଷର ବେକ ଚିପି ତାକୁ ହତ୍ୟା କରିଥିଲା । ଏବଂ ମୃତଦେହକୁ ନିଜ ଘର ପଛପଟ ବନ୍ଧ କୂଅରେ ଫପାଡି ଦେଇଥିଲା ଅଭିଯୁକ୍ତ ସାଙ୍ଗ ଆର୍ଶୀବାଦ । ଆଶୁତୋଷଙ୍କ ଅପହରଣ ଅଭିଯୋଗ ପୋଲିସ ପାଇବା ପରେ ଆରମ୍ଭ କରିଦେଇଥିଲା ତଦନ୍ତ । ଯେଉଁଥିରେ ଆଶୁତୋଷର ମୋବାଇଲକୁ ଟ୍ରେସ କରି ପାଇଥିଲା ଶେଷ ଲୋକେସ୍ । ବାସ୍ ଏଇଠି ଅଭିଯୁକ୍ତ ଆର୍ଶୀବାଦର ଖେଳ ଖତମ୍ କରିଥିଲା ପୋଲିସ ।

ଆର୍ଶୀବାଦ

ଆଶୁତୋଷ ମୋବାଇଲର ଶେଷ ଲୋକେସନ୍ ରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିବା ବେଳେ କୂଅରୁ ଆଶୁତୋଷର ମୃତଶରୀର ମିଳିଥିଲା । ଏହାପରେ ପୋଲିସ ଉକ୍ତ ଘରୁ ଆଶ୍ରୀବାଦକୁ ଗିରଫ୍ କରିଥିଲା । ଏବଂ ଆର୍ଶୀବାଦ ପୋଲିସ ଆଗରେ ସବୁ ସତ ସତ ମାନିନେଇଥିଲା । ସେ କାହିଂକି ଆସୁତୋଷକୁ ହତ୍ୟା କରିଥିଲା ବୋଲି ? ଆଶୁତୋଷ ମହାପାତ୍ର ଓ ଆଶୀର୍ବାଦ ବେହେରା ଉଭୟ ବୟସ ଫରକଥିଲେ ମଧ୍ୟ ଦୁଇ ବନ୍ଧୁ ଥିଲେ। ଆର୍ଶୀବାଦର କିଛି ଦୁର୍ବଳ ମୁହୁର୍ତ୍ତର ଭିଡିଓ ରଖି ଆଶୁତୋଷ ମହାପାତ୍ର ବାରମ୍ବାର ଧମକଦେଇ ମାଗୁଥିଲା ଟଙ୍କା ଏବଂ ଆଶୀର୍ବାଦ ମଧ୍ୟ  ଆଶୁତୋଷକୁ କେତେ ଥର ଟଙ୍କା ଦେଇଥିଲା।ଏହାର ପ୍ରତିଶୋଧ ନେଇଛି ଆଶୀର୍ବାଦ ପ୍ରଧାନ। ଏଥିପାଈଁ ଆର୍ଶୀବାଦ ସାଙ୍ଗ ଆଶୁତୋଷକୁ ସବୁଦିନ ପାଇଁ ରାସ୍ତାରୁ ହଠାଇବାକୁ ଯୋଜନା କରିଥିଲା ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲା ।

ତେବେ ଗତକାଲି ଆଶୁତୋଷର ମୃତଦେହ ମିଳିବା ପରେ ଆଜି ୨ଆର୍ଶୀବାଦକୁ ୨ ଦିନିଆ ରିମାଣ୍ଡରେ ନେଇଛି  ବାଣପୁର ପୋଲିସ । ତାସହ କିପରି ଆର୍ଶୀବାଦ ଆଶୁତୋଷକୁ ହତ୍ୟା କରିଥିଲା ତାର ମଧ୍ୟ ସିନରିକ୍ରିଏସନ୍ କରାଇଥିଲା । ଏହାପରେ ପୋଲିସ ଉକ୍ତ କୂଅରୁ ଆଶୁତୋଷର ମୋବଇଲ ଠାବ କରିଛି । ଯେଉଁଥିରେ ଆର୍ଶୀବାଦ ବିରୋଧରେ କିଛି ଭିଡିଓ ରହିଛି ବୋଲି ପୋଲିସ ଅନୁମାନ ଲଗାଇଛି । ଏବଂ ତାକୁ ଅଧିକ ତଦନ୍ତ ପାଇଁ ଫରେନ୍ସିକ୍ ଲ୍ୟାବ ପଠାଇବ ବୋଲି କହିଛି  ବାଣପୁର ପୋଲିସ ।

Leave a Reply

Your email address will not be published. Required fields are marked *