Pratidin TV

Odisha's Digital News Platform

କୋରିଆନ୍ ଡ୍ରାମା ପ୍ରେମୀଙ୍କ ପାଇଁ ବଡ ଖବର : ଖୁବ୍ ଶ୍ରୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି Dr.romantic -3

ଭୁବନେଶ୍ୱର : ଆଜିକାଲି ସ୍କୁଲ ଛୁଆଙ୍କ ଠାରୁ ଆରମ୍ଭ କରି କଲେଜ ଛୁଆ ଏବଂ ହାଉସ ୱାଇଫ ମାନଙ୍କର ପ୍ରଥମ ପସନ୍ଦ ସାଜିଛି କୋରିଆନ ଡ୍ରାମା । କୋରିଆନା କଳାକାର ମାନଙ୍କ ହାଇଡ୍ରମା,ଇମୋସନ୍ ଏବଂ ତାଙ୍କ ଭିନ୍ନ ବାସ୍ତବ କାହାଣୀ ଗୁଡିକ ଅନେକ ଭାରତୀୟ ସିରିଏଲ ପ୍ରେମୀମାନଙ୍କୁ ଆକୃଷ୍ଠ କରିପାରିଛି । ଅଧିକାଂଶ ଭାରତୀୟ ଓଡିଆ ବା ହିନ୍ଦୀ ଅପେକ୍ଷା ଏବେ କୋରିଆନ ଡ୍ରାମା ଦେଖିବାକୁ ପସନ୍ଦ କରୁଛନ୍ତି ବୋଲି ନିଜ ନିଜର ମତ ରଖିଛନ୍ତି । ଏକ ଛୋଟ ସର୍ଭେରୁ ଜଣା ପଡିଛି ଯେ ଭାରତୀୟମାନେ କାହିଁକି ଏତେ ପରିମାଣରେ କୋରିଆନ ଡ୍ରମାକୁ ପ୍ରାଧାନ୍ୟ ଦେଉଛନ୍ତି ।

କାହିଁକି ନା ବର୍ତ୍ତମାନ ହିନ୍ଦି ସିରିଏଲ ହେଉ କି ଓଡିଆ ସିରିଏଲ ହେଉ ସବୁ କାହାଣୀ ଗୁଡିକ ଏବେ ଅଧିକ ଅବାସ୍ଥବ ଏବଂ ବିରକ୍ତିକର କାଳ୍ପନିକ ଜିନିଷ ଦେଖାଉଛନ୍ତି । ଯାହାକୁ ଆଜିର ଲୋକମାନେ ପସନ୍ଦ କରିପାରୁନାହାନ୍ତି । ଠିକ୍ ଏହି ସମୟରେ ହିଁ କୋରିଆ ନିଜର ଡ୍ରାମା,ଫିଲ୍ମ ଏବଂ ସିରିଜ୍ ଗୁଡିକୁ ଇଂରାଜୀ ଓ ହିନ୍ଦି ଡବିଂ ରେ ଲୋକମାନଙ୍କ ସାମ୍ନାକୁ ଆଣିଛି । ନିଜର ପୌରାଣିକ କଥା,ଭଗବାନ,ରାଜାରାଣୀ,କାର୍ଟୁନ ଦୁନିଆ,ଏଲିଅନ୍‌, କର୍ତ୍ତବ୍ୟ,ସାଙ୍ଗସାଥି ,ସମ୍ଫର୍କ , ପରିବାର ଓ ଭଲପାଇବା ଏବଂ ଭିନ୍ନ ଭିନ୍ନ ଦୁନିଆର ଭିନ୍ନ ଭିନ୍ନ କାହାଣୀ ଗୁଡିକ ହିଁ କୋରିଆନ୍ ଡ୍ରାମାକୁ ଆଜି ଏହି ସ୍ତରରେ ପହଞ୍ଚାଇଛି । ଯେଉଁଥିପାଇଁ କେବଳ କୋରିଆ କାହିଁକି ଅନେକ ଦେଶରେ ମଧ୍ୟ ଆମେ କୋରିଆନ୍ ଡ୍ରାମା ପ୍ରେମୀମାନଙ୍କୁ ପାଇବା । ସେମାନେ ବାସ୍ତବତାକୁ ନେଇ କାହାଣି ଗଢିଥାନ୍ତି ଏଥିପାଇଁ ମଧ୍ୟ ଲୋକମାନେ କୋରିଆନ୍ ସିରିଏଲ ଗୁଡିକୁ ଅଧିକ ଦେଖିବାକୁ ପସନ୍ଦ କରିଥାନ୍ତି ।


ତେବେ ୨୦୧୬ ରେ ଏକ କୋରିଆବା ଡ୍ରମା ଡଃ ରୋମାଣ୍ଟିକ୍ ରିଲିଜ୍ ହୋଇଥିଲା ଯାହା ଆଇଏମବିଡି ରେଟିଙ୍ଗ ୧୦ରୁ ୯ ଥିଲା । ଏହା ପରେ ୨୦୨୦ ରେ ମଧ୍ୟ ପବ୍ଲିକ ଡିମାଣ୍ଡରେ ଏହାର ସିଜିନ ୨ ଆସିଥିଲା । ଯାହାକି ଲୋକମାନଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥିଲା । ଏଥିରେ ଜଣେ ଡାକ୍ତର କର୍ତ୍ତବ୍ୟ , ରୋଗୀ ମାନଙ୍କ ପ୍ରତି ତାର ସ୍ୱଭାବ,ଟିମ୍ ୱାର୍କ, ପ୍ରତିକୂଳ ପରିସ୍ଥିତିରେ ଧର୍ଯ୍ୟ,ରୋମାନ୍ସ ,ଆକ୍ସନ ସବୁ ଦେଖିବାକୁ ମିଳିବ । ସିଜିନ ୧ ଏବଂ ସିଜିନ୍ ୨ ର ସଫଳତା ପରେ ପୁଣି ଡ୍ରାମା ପ୍ରେମୀମାନଙ୍କ ସାମ୍ନାକୁ ଆସୁଛି ଏହାର ସିିଜିନ ୩ । ଏସବିସି ନିଜର ଏକ ପ୍ରେସମିଟ୍ ରେ ଏହି ସୂଚନା ଦେଇଛି ଯେ ୨୦୨୩ ମସିହା ସେପ୍ଟେମ୍ବର ୧୫ ଭିତରେ ହିଁ ଏହି ସୋ ଟିକୁ ଟେଲିକାଷ୍ଟ କରାଯିବ । ତେବେ ପୁଣି ସେହି ଡାଃ ଟିମ୍ ନେଇଆସୁଛନ୍ତି ନିଜର ଦମଦାର ପରଫୋମାନ୍ସ । ତେବେ ସିଜିନ୩ ରେ ମଧ୍ୟ ଦର୍ଶକ ହାନ୍ ସୁ କିୟୁ,ଆନ୍ ହୁୟୁ ସିପ୍‌,ଲି ସୁଙ୍ଗ କିୟୁଙ୍ଗକୁ ଦେଖିବାକୁ ପାଇବେ ପ୍ରଶସଂକ ।

Leave a Reply

Your email address will not be published. Required fields are marked *