Pratidin TV

Odisha's Digital News Platform

ଯାଜପୁର ଭୋଟରଙ୍କ ଗୋଟିଏ କଥା , କୋରେଇ ମାଟି ଚାହୁଁଛି ଆକାଶଙ୍କୁ ଆଉଥରେ ..

ଆଜିବି ସସପେନ୍ସ ଭିତରେ ବିଜେଡି ବିଜେପି ମେଣ୍ଟ । ହେଲେ ଏବେ ଯାଜପୁର ଜିଲ୍ଲା ର ୭ ଟି ନିର୍ବାଚନ ମଣ୍ଡଳୀରେ କାହାକୁ କେଉଁ ସ୍ଥାନରେ ପ୍ରାର୍ଥୀ କରିବେ ଏ ନେଇ ଉଭୟ ଦଳ ପ୍ରତେକଟି ଅଞ୍ଚଳ ରେ ସ୍ଥିତି ପରଖୁଛନ୍ତି । ଏହାରି ମଧ୍ୟରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା
ଆକାଶ ର ବିକଳ୍ପ ନାହିଁ ଆଉ କେଉଁ ନେତା । ବିଜୁ ଜନତା ଦଳ ର ଜଣେ ଶୃଙ୍ଖଳିତ ଉଚ୍ଚ ଶିକ୍ଷିତ ନେତା ଭାବରେ ଓଡ଼ିଶା ରାଜ୍ୟ ରାଜନୀତି ରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ମୋ କଲେଜ ଅଧକ୍ଷ ଭାବରେ ଗୁରୁ ଦାୟିତ୍ୱ ଦେଇଥିବା ବେଳେ ଏହାକୁ ସେ ସୂଚାରୁ ରୁପେ ନିର୍ବାହ କରୁଛନ୍ତି । କୋରାଇ ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ଆକାଶ ଙ୍କୁ ବିରତି ଦେଇ ô ଅଶୋକ ବଳ ଙ୍କୁ ଟିକେଟ ଦେଇଥିଲା ଦଳ । ହେଲେ ସେ ଦଳର ବିଶ୍ୱାସ ଭରଷା ଭାଙ୍ଗିଦେଇଥିଲେ । ଲୋକଙ୍କ ପାଖରେ କମ୍ ଠିକାଦାର ଙ୍କ ସାଥିରେ ଅଧିକା ସମୟ ଦେଉଛନ୍ତି ବୋଲି କୋରାଇ ଭୋଟର ଆଲୋଚନା କରୁଛନ୍ତି ।


ସେହିପରି କୋରାଇ ରେ ଏହି ପାଞ୍ଚ ବର୍ଷ ମଧ୍ୟରେ ଅଞ୍ଚଳ ବାସୀ ବିକାଶ ଦେଖି ନ ଥିବା ବେଳେ କୋରେଇରେ ଆକାଶ କରିଥିବା ଅନେକ ଗୁଡ଼ିଏ ଶିଳାନ୍ୟାସ କୁ ରୋକ୍ ଲଗାଇଛନ୍ତି ଅଶୋକ । କୋରାଇ ରାଜନୀତି ରେ ୨୦୧୪ ରେ ବିଜେଡ଼ି ଦଳ ରୁ ଆକାଶ ପ୍ରଥମେ ପ୍ରାର୍ଥୀ ହୋଇଥିଲେ । ଜଣେ ଦରଦୀ ନେତା ଭାବରେ ଲୋକ ମାନଙ୍କ ଦୁଃଖ ବୁଝୁଥିଲେ । ଆଗମୀ ଦିନରେ ଦଳରେ ତାଙ୍କ ସ୍ଥିତି ସୃଦୃଢ଼ ହେବା ନେଇ ଦଳର ଜଣେ ଛାମୁଆ ନେତା ତାଙ୍କ ବିରୋଧରେ ଥିଲେ । ଫଳରେ ୨୦୧୯ ରେ ତାଙ୍କୁ ଟିକେଟ ମିଳିନଥିଲା । ହେଲେ ଚଳିତ ଥର ଗାଁ ତୁଠରୁ ମଠ ମନ୍ଦିରର ସବୁଠି ଗୋଟିଏ ଆଲୋଚନା । ଆକାଶ ଙ୍କୁ ଦେବେ କୋରାଇ ପଞ୍ଚାୟତ କାର୍ଯ୍ୟାଳୟ ର ଚାବିକାଠି । ବିଜେଡ଼ି ହେଉ କି ବିଜେପି ଆକାଶ ଙ୍କୁ ବାଦ ଦେଇ କୋରାଇରେ ଅନ୍ୟ ପ୍ରାଥି ଙ୍କୁ ଦଳ ଭରଷା କଲେ ବିରାଟ ବଡ କ୍ଷତି ଘଟିବ ବୋଲି ଭୋଟର୍ ଙ୍କ ମଧ୍ୟରେ ସ୍ପଷ୍ଟ ଆଲୋଚନା ହେଉଛି ।


ସେପଟେ ଅନେକ ଯୁବ ନେତା ଆଲେକ୍ସ ଯାଣ୍ଡର ଦାସ, ପ୍ରିତିରଞ୍ଜନ ସାହୁ ନିଜର ସ୍ଥିତି ସୃଦୃଢ଼ କରୁଥିବା ବେଳେ ଆକାଶ ମିଶନ ସବୁଜ କୋରାଇ ଗଠନ ଦିଗରେ ଲୋକ ମାନଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି । ଏଥର ଦଳୀୟ ଟିକେଟ ଆକାଶ ଙ୍କୁ ମିଳୁ କି ନ ମିଳୁ । ହେଲେ ସବୁରି ମୁହଁ ରେ ଗୋଟିଏ କଥା ବସା ବାନ୍ଧିଛି, କୋରାଇ ମାଟି ମା ର ଲଢ଼ୁଆ ପୁଅ ଆକାଶ ଦାସ ନାୟକ ଆମର ନେତା । କୋରାଇ ନିର୍ବାଚନ ମଣ୍ଡଳୀରେ ଆକାଶ ଙ୍କ ଲୋକପ୍ରିୟତା ଗାଁ ଗହଳି ରେ ଏତେ ମାତ୍ରା ରେ ବଢ଼ିବାରେ ଲାଗିଛି ଯେ ଆକାଶ ଙ୍କୁ ଛାଡ଼ିଦେଲେ ଆଉ ଅନ୍ୟ କେହି ନେତା ତାଙ୍କର ବିକଳ୍ପ ହୋଇ ପାରିବେ ନାହିଁ ବୋଲି ଭୋଟର୍ ସ୍ଥିର କରିଛନ୍ତି ।

Leave a Reply

Your email address will not be published. Required fields are marked *