Pratidin TV

Odisha's Digital News Platform

ଗାଁରେ ପହଞ୍ଚିଲା କର୍ଣ୍ଣଲ ମନପ୍ରୀତ ସିଂଙ୍କ ପାର୍ଥିବ ଶରୀର ; ଶେଷକୃତ୍ୟ ସମୟରେ ସାଲୁଟ୍ ମାରି କୁନି ପୁଅ ନେଲା ପ୍ରଣ !

1 min read

ନୁଆଦିଲ୍ଲୀ ; ଶୁକ୍ରବାର ଦିନ ପଞ୍ଜାବର ମୋହାଲିରେ ନିଜ ସହରରେ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ଶେଷ ରୀତିନୀତି କରାଯାଇଛି। ବୁଧବାର ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା କଡ଼ା ମୁକାବିଲାରେ କର୍ଣ୍ଣେଲ ପ୍ରାଣ ହରାଇଛନ୍ତି। ତ୍ରିରଙ୍ଗା ଧରିଥିବା ହଜାର ହଜାର ଲୋକ ତାଙ୍କ ବାସଭବନ ନିକଟରେ ଏକତ୍ରିତ ହୋଇ ସମ୍ମାନ ଜଣାଇଥିଲେ ।

କର୍ଣ୍ଣେଲ ମନପ୍ରୀତ ସିଂ ଅନନ୍ତନାଗରେ ଏକ ବିଦ୍ରୋହୀ ଅପରେସନ୍ ସମୟରେ ୧୯ ଟି ରାଷ୍ଟ୍ରିୟ ରାଇଫଲ୍ସ (ଆରଆର) ବାଟାଲିୟନର ନେତୃତ୍ୱ ନେଉଥିଲେ ଏବଂ ତାଙ୍କ ପରିବାରର ଦ୍ୱିତୀୟ ବୀର ସେନା ଅଧିକାରୀ ଥିଲେ ଏବଂ ପ୍ରାୟ ୧୭ ବର୍ଷ ସେବା ସମାପ୍ତ କରିଥିଲେ। ନିକଟରେ କର୍ଣ୍ଣେଲଙ୍କୁ ସେନା ଦ୍ୱାରା ଏକ ଗ୍ୟାଲେଣ୍ଟ୍ରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଆସନ୍ତା ଚାରିମାସ ମଧ୍ୟରେ ରାଷ୍ଟ୍ରିୟ ରାଇଫଲ୍ସ ସହିତ ତାଙ୍କର କାର୍ଯ୍ୟକାଳ ଶେଷ କରିବାକୁ ଯାଉଥିଲେ।

Advertisement

କିନ୍ତୁ ଏସବୁ ପୂର୍ବରୁ ତାଙ୍କ ସାମ୍ନାରେ ଥିଲା ବଡ ଅପରେଶନ । ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଲୁଚି ଥିବା ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ଚଲାଇଥିଲେ ସର୍ଚ୍ଚ ଅପରେଶନ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ସର୍ଚ୍ଚ ଅପରେଶନଟି ଏନକାଉଣ୍ଟରରେ ବଦଳିଯାଇଥିଲା । ତେବେ ଉଭୟ ପକ୍ଷରୁ ଗୁଳି ବର୍ଷଣ ହୋଇଥିଲା ଯେଉଁଥିରେ କର୍ଣ୍ଣଲ ମନପ୍ରୀତ ସିଂଙ୍କ ସହ ବାଟାଲିୟନ କମାଣ୍ଡର ମେଜର ଆଶୀଷ ଧୌନେକ୍ ଏବଂ ଡିଏସପି ହୁମାୟୁ ଭଟ୍ଟ ସହିଦ୍ ହୋଇଛନ୍ତି ।
ତେବେ ଏହି ମିଶନର ଲିଡ୍ କର୍ଣ୍ଣଲ ମନପ୍ରୀତଙ୍କ ହାତରେ ଥିଲା । ରିର୍ଟାର୍ଡ ପୂର୍ବରୁ ଜମ୍ମୁରୁ ଆତଙ୍କବାଦୀଙ୍କୁ ଖୋଜି ବାହାରକରିବାର ଲକ୍ଷ ରଖିଥିବା କର୍ଣ୍ଣଲ ଶେଷରେ ଦେଶପାଇଁ ସହିଦ୍ ହୋଇପଡିଲେ । କିନ୍ତୁ ତାଙ୍କର ଏହି ଅଧୁରା ସ୍ୱପ୍ନକୁ ପୂରଣ କରିବ ବୋଲି ବାପାଙ୍କ ପାର୍ଥିବ ଶରୀର ଆଗରେ ସପଥ ନେଇଛି କୁନି ପୁଅ ।

ପଞ୍ଚକୁଲା ସେକ୍ଟର ୨୬ ରେ କର୍ଣ୍ଣନ ମନପ୍ରୀତଙ୍କ ଘର । ପଞ୍ଚକୁଲାରେ ତାଙ୍କ ପତ୍ନୀଙ୍କ ସହ ୨ ଛୁଆ ରୁହନ୍ତି । ତେବେ ମନପ୍ରୀତଙ୍କ ପତ୍ନୀ ଜଗମୀତ ହରିୟାଣାର ସରକାରୀ ସ୍କୁଲରେ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ୬ ବର୍ଷର ପୁଅ ଏବଂ ୨ ବର୍ଷର ଝିଅକୁ ନେଇ ମନପ୍ରୀତଙ୍କ ଖୁସିର ପରିବାର ଥିଲା । କିନ୍ତୁ ଏହି ଅପରେଶନରେ ଚୂରମାର ହୋଇଗଲା ପୁରା ପରିବାରର ଖୁସି । ଦୁଇ କୁନି ଛୁଆଙ୍କ ମୁଣ୍ଡରୁ ହଟିଗଲା ବାପାର ହାତ । ଏଭଳି ସ୍ଥିତିରେ ବାପାଙ୍କୁ ହତ୍ୟା କରିଥିବା ନୃଶଂସ ଆତଙ୍କି ମାନଙ୍କ ଦଳକୁ ଖୋଜି ଖୋଜି ବାହାର କରିବ ବୋଲି ପ୍ରଣ ଖାଇଛି ୬ ବର୍ଷର ପୁଅ ।

Leave a Reply

Your email address will not be published. Required fields are marked *