ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ କୋଳେଇ ନେଲେ କର୍ଣ୍ଣାଟକ ଦମ୍ପତି …
1 min readମୋହନା : ବାପା ମାଆର ସେହ୍ନ ପାଇବ ଅସହାୟ ଶିଶୁ । ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ କୋଳେଇ ନେଲେ କର୍ଣ୍ଣାଟକ ଦମ୍ପତି । ୬ ମାସ ତଳେ ରାୟଗଡ଼ ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଗୋଟିଏ ୪ ବର୍ଷର ଶିଶୁପୁତ୍ରକୁ ଗଜପତି ଜିଲ୍ଲାପାଳ ସୃତି ରଞ୍ଜନ ପ୍ରଧାନ କର୍ଣ୍ଣାଟକର ଜଣେ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଭାବେ ହସ୍ତ୍ାନ୍ତର କରିଛନ୍ତି । ଉକ୍ତ ଦମ୍ପତି ଗଜପତି ଜିଲ୍ଲାରେ ସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରୁ ପିଲାଟିକୁ ପୋଷ୍ୟ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜିକୁ ପ୍ରାୟ ୬ ମାସ ତଳେ ଗୋଟିଏ ଶିଶୁପୁତ୍ର ରାୟଗଡ଼ ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦ୍ଧାର କରିଥିଲ । ଉକ୍ତ ଶିଶୁଟିର ଯନ୍ତ ଓ ସୁରକ୍ଷା ପାଇଁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥବା ଏକ ମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମ ( Nissan Sholm )ରେ ରଖାଯାଇଥିଲା । ଶିଶୁଟିର କେହି ନଥିବା ଜାଣିବା ପରେ ଗଜପତି ଶିଶୁ ମଙ୍ଗଳ ସମିତି ପକ୍ଷରୁ ପୋଷ୍ୟ ଗ୍ରହଣ ପାଇଁ କେନ୍ଦ୍ରୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋଟଲରେ ଅପଲୋଡ଼ କରାଯାଇଥିଲା । ଯାହା ଦ୍ଵାରା ଶିଶୁଟି ପୋଷ୍ୟ ଭାବେ ଯେ କୋଣସି ଦମ୍ପତିଙ୍କ ପାଖକୁ ଯାଇ ପାରିବ ବୋଲି ଜଣାଇ ଦିଆ ଯାଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ଚାରି ବର୍ଷ ଧରି ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା କର୍ଣ୍ଣାଟକ ଦମ୍ପତି ଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଏହି ଦମ୍ପତି ଶାରିରୀକ ଭାବେ ଶିଶୁଟିକୁ ପ୍ରସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ଏଥିପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଗଜପତି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟlଳୟ ପ୍ରସ୍ତୁତ କରିଥିଲେ । ସବୁ କାଗଜ ପତ୍ର ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ କର୍ଣ୍ଣକ୍ଷଟକ ରାଜ୍ୟର ଦମ୍ପତି ଙ୍କୁ ହସ୍ତାନ୍ତର କରାଯାଇଛି ।
ସେପଟେ ଶିଶୁକୁ ପାଇଁ ନିସନ୍ତାନ ଦମ୍ପତିଙ୍କ ମାଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦେଖି ବାକୁ ମିଳିଛି । ଶିଶୁ ପୁତ୍ର ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପରିଚାଳକ ପ୍ରତୁଷ କୁମାର ସୂର୍ଯ୍ୟl, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି ସହ ଯୋଗ କରି ଥିଲେ ।