Pratidin TV

Odisha's Digital News Platform

(ଭିଓଡି) ମହିଳାଙ୍କୁ ସମ୍ମାନ ଦେଉ ନାହାନ୍ତି କୋଶଳୀ ସେନା ! ଏଭଳି କିଛି କହିଲେ ଅଭିନେତ୍ରୀ ସନଲିସା..

ଛିଡୁନି ଓଲିଉଡ ବିବାଦ । ଓଫଡିସି ଅଧକ୍ଷ କୁନା ତ୍ରିପାଠିଙ୍କୁ ଭେଟିଲେ ପ୍ରଥା ଫିଲ୍ମ ର ପ୍ରଯୋଜିକା ସନଲିସା ପଟେଲ । ନିଜ ଫିଲ୍ମ କୁ ନେଇ ବିବାଦ ଉପରେ ଆଲୋଚନା କଲେ ସନ ଲିଶା । ପ୍ରଥା ଚଳଚ୍ଚିତ୍ରର ହୋଇଥିବା ସମସ୍ୟା ସମ୍ପର୍କରେ ପୂର୍ବରୁ ପ୍ରଶାସନ, ମହିଳା ଓ ଶିଶୁ ବିକାଶ ସଚିବ, ମହିଳା କମିଶନ ଙ୍କୁ ଭେଟିଛନ୍ତି । ୫ଟି ଅଧକ୍ଷ ଙ୍କୁ ଦରଖାସ୍ତ ଦେଇଥିବା କହିଛନ୍ତି ସନଲିସା । ସୋସିଆଲ ମିଡିଆରେ ମତେ ଖରାପ ମନ୍ତବ୍ୟ ପାଇଁ ମହିଳା କମିଶନ ଙ୍କୁ ଜଣାଇଛି । ୪/୫ ଜଣ ମୁଷ୍ଟିମେୟ ଫିଲ୍ମ ଦିଷ୍ଟ୍ରିବ୍ୟୁସର ଙ୍କ ପାଇଁ ପୁରା ଓଲିଉଡ କୁ କ୍ଷତି ପହଞ୍ଚୁଛି । ତାହାର ସମାଧାନ ହେବା ଆବଶ୍ୟକ ।ଖାସ କରି ଜିତୁ ଖଣ୍ଡେଲୱାଲ ଙ୍କୁ ଅନେକ କ୍ଷେତ୍ରରେ ଦାୟୀ କରିଛନ୍ତି ସନଲିସା । ମୁଁ ଯେଉଁ ସମସ୍ୟାର ସାମ୍ନା କରୁଛି ଆଗକୁ ତାହା ଆଉ କାହା ସାଙ୍ଗରେ ନ ହେଉ କହିଛନ୍ତି ସନଲିସା । ଦୀପାବଳି ପରେ ପରେ ଏହାର ସମାଧାନ ନ ହେଲେ ବିଧାନସଭା ଆଗରେ ଧାରଣା ଦେବେ କହିଛନ୍ତି ସନଲିସା । ସମସ୍ୟା ର ସମାଧାନ ନ ହେଲେ ଆସନ୍ତା ବିଧାନସଭା ଅଧିବେଶନ ୨୨ ରୁ ଆରମ୍ଭ ହେଉଥିବା ବେଳେ ୨୩ ରୁ ସେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ସନଲିସା । ଏହା ସହ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯାହାର ବି ଅସୁବିଧା ରହିଛି , ଯେଉଁମାନେ ବି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସେମାନେ ମୋ ସହିତ ବିଧାନସଭା ଅଧିବେଶନରେ ଧାରଣା ଦେବା ବେଳେ ମୋ ସହିତ ରହିବା ପାଇଁ କହିଛନ୍ତି ସନଲିସା ।

Leave a Reply

Your email address will not be published. Required fields are marked *