Pratidin TV

Odisha's Digital News Platform

ଅଭିନୟ ପାଇଁ ଛାଡି ଥିଲେ ପାଠ – କ୍ରିତିକା କାମରା

1 min read

ମୁମ୍ବାଇ : ଆଜିକାଲି ନିଜ ପାଠ ପାଇଁ ବା କ୍ୟାରିୟର ପାଇଁ ଘରଦ୍ୱାର,ସାଙ୍ଗସାଥି,ପରିବାରକୁ ଛାଡିଥିବା କଥାତ ଆପଣମାନେ ସମସ୍ତେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଜଣେ ଏମିତି ଫେମସ୍ ଆକ୍ଟ୍ରେସ୍‌ଙ୍କ ବିଷୟରେ କହିବୁ । ଯିଏକି କେବଳ ରିଲ୍ ଲାଇଫ୍ ନୁହେଁ ବରଂ ନିଜ ରିଅଲ ଲାଇଫ୍‌ରେ ମଧ୍ୟ ରିକ୍ସ ନେବାକୁ ପଛାନ୍ତି ନାହିଁ ।

ହଁ ସେ ହେଉଛନ୍ତି ଚର୍ଚ୍ଚିତ ଟିଭି ଆକ୍ଟ୍ରେସ୍ କ୍ରିତିକା କାମରା । ଅଭିନୟ ଏକ ଏମିତି ନିଶା ଯେଉଁଥି ପାଇଁ ଜଣେ ସଫଳ ବିଦ୍ୟାର୍ଥି ନିଜ ପାଠପଢାରେ ଫୁଲଷ୍ଟପ୍ ପକାଇଦେଇଥିଲେ । ଜୀବନରେ ଏତେ ବଡ ନିଷ୍ପତ୍ତି ନେବାକୁ ଥରେବି ପଛଘୁଞ୍ଚ।ଦେଇନଥିଲେ କ୍ରିତିକା । ଅଭିନୟ ଜଗତକୁ ନିଜର କରିବା ପାଇଁ ସେ ପାଠପଢାରୁ ସମ୍ପୂର୍ଣ୍ଣ ମାତ୍ରାରେ ବିଦାୟ ନେଇଥିଲେ । ଫଳସୂରୁପ ଦୀର୍ଘ ପନ୍ଦର ବର୍ଷ ଧରି ମନୋରଞ୍ଜନ ଦୁନିଆରେ ସେ ତିଷ୍ଠି ରହିବା ସହ ୧୫ ରୁ ଅଧିକ ଟିଭି ଧାରାବାହିକରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥି ସହିତ ୩ଟି ସିନେମା ୪ ଟି ୱେବ୍‌ସିରିଜ୍ ଏବଂ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଥିଲେ କ୍ରିତିକା ।

Advertisement

୨୫ ଅକ୍ଟୋବର ୧୯୮୮ ମସିହାରେ ଉତ୍ତରପ୍ରଦେଶର ବରେଲି ଠାରେ ଜନ୍ମ ନେଇଥିଲେ ସେ । ମଧ୍ୟପ୍ରଦେଶର ଅସୋକନଗରରେ ବଢିଥିଲେ । ଏହାପରେ ସେ ନିଜର ଯୁକ୍ତ ୨ ସମ୍ପୂର୍ଣ୍ଣ କରି ଫେସନ୍ ଟେକ୍ନୋଲୋଜିରେ ଡିଗ୍ରୀ କରୁଥିବା ବେଳେ ପ୍ରଥମ ବର୍ଷ ତାଙ୍କୁ ଏକ ଟିଭି ଧାରବାହିକରେ ଅଭିନୟ କରିବା ପାଇଂ ସୁଯୋଗ ମିଳିଥିଲା । ଏଥିରେ ସେ ଉତ୍ସାହିତ ହୋଇ ପାଠପଢାକୁ ଅଧାରୁ ଛାଡି ଦେଇଥିଲେ । ୨୦୦୭ରୁ ବର୍ଷେ ଯାଏ ପ୍ରସାରିତ ‘ଏହାକେ ହାମ୍ ସିକନ୍ଦରେ’ କ୍ରିତିକା ନଜର ଆସିଥିଲେ ।

ଏହାପରେ ତାଙ୍କ ପାଖକୁ ଆସିଥିଲା ସୁବର୍ଣ୍ଣ ସୁଯୋଗ କରନ କନ୍ଦ୍ରାଙ୍କ ସହ ଲିଡ୍ ରୋଲରେ ସେ ‘କିତନି ମୋହାବତ ହେ’ ରେ ନଜର ଆସିଥିଲେ । ଯାହା ଲୋକମାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ଏହାପାଇଁ ସେ ୨୦୦୯ ଆଇଟା ସମ୍ମାନ ପାଇଥିଲେ । ପରେ ୨୦୧୨ ରେ କୁଛତୋ ଲୋଗ କହେଙ୍ଗେ , ଏକ ଥି ନାୟିକା , ରିପୋଟର୍ସ , ଚନ୍ଦ୍ରକାନ୍ତା-ପ୍ରେମ ୟା ପହେଲି ଭଳି ଦାରବାହିକରେ ଦର୍ଶକଙ୍କ ମନ ଜିଣିଥିଲେ । ସେହି ଭଳି ସିନେମା ଜଗତରେ ସେ ବେଷ୍ଟ ଗର୍ଲଫ୍ରେଣ୍ଡ ମାଧ୍ୟମରେ ଡେବ୍ୟୁ କରିଥିଲେ । ଏହାପରେ ସେ ବର୍ତ୍ତମାନ ଅନେକ ଗୁଡିଏ ୱେବସିରିଜ ମଧ୍ୟ ସାଇନ୍ କରିଛନ୍ତିା ଆଗକୁ କ୍ରିତିକା ୱେବସିରିଜ ରେ ନଜର ଆସିବେ । ତେବେ ୨୦୨୩ ତାଙ୍କ ପାଇଂ ଏକ ସଫଳ ବର୍ଷ ହେଉବୋଲି ତାଙ୍କ ପ୍ରଶଂସକମାନେ ଶୁବେଚ୍ଛା ବାର୍ତ୍ତା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *