Pratidin TV

Odisha's Digital News Platform

କୃଣାଲ ପାଣ୍ଡ୍ୟାଙ୍କ ଘରକୁ ଆସିଲେ ନୂଆ ଅତିଥି , ଖୁସି ଖବର ସହିତ ନାମ ମଧ୍ୟ ଜଣାଇଲେ କ୍ରିକେଟର ..

1 min read

ଲକ୍ଷ୍ନୌ ସୁପରଜିଆଣ୍ଟସର ଷ୍ଟାର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଙ୍କ ଘରକୁ ଆସିଛି ନୂଆ ଅତିଥି । ପୁଣିଥରେ ବାପା ହୋଇଛନ୍ତି କ୍ରିକେଟର । କୃଣାଲଙ୍କ ପତ୍ନୀ ପଙ୍ଖୁଡି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । କୃଣାଲ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଏହା ପୁଅର ନାମ ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି କୃଣାଲ । କୃଣାଲ ଏବେ ଲକ୍ଷ୍ନୌ ସୁପରଜିଆଣ୍ଟସ ଟିମ ତରଫରୁ ଆଇପିଏଲ ଖେଳୁଛନ୍ତି । କୃଣାଲ ସୋସିଆଲ ମିଡିଆର ଫଟୋ ପୋଷ୍ଟ କରି ସେୟାର କରିଛନ୍ତି ।

ଫଟୋରେ କୃଣାଲଙ୍କ ପତ୍ନୀ ପଙ୍ଖୁଡି ଏବଂ ବଡ ପୁଅ କବିର ନଜର ଆସିଛନ୍ତି । ଆଉ ଏକ ଫଟୋରେ କୃଣାଲଙ୍କ ପତ୍ନୀ ପୁଅକୁ କୋଳରେ ଧରିଛନ୍ତି । ଏହି ସମୟରେ ପିଲାର ନାମ ମଧ୍ୟ ଖୁଲାସା ହୋଇଛି । କୃଣାଲ ତାଙ୍କ ସାନ ପୁଅର ନାମ ବାୟୁ ରଖିଛନ୍ତି । କୃଣାଲ ଫଟୋ କ୍ୟାପସନରେ ଲେଖିଛନ୍ତି, ବାୟୁ କଲ୍ୟାଣ ପାଣ୍ଡ୍ୟା ୨୧.୦୪.୨୪ ।

ସୂଚନାଯୋଗ୍ୟ, କୃଣାଲ ପାଣ୍ଡ୍ୟା ଏବଂ ପଙ୍ଖୁଡି ୨୭ ଡିସେମ୍ବର ୨୦୨୧୭ରେ ବିବାହ କରିଥିଲେ । ବିବାହର ୫ ବର୍ଷ ପରେ ପ୍ରଥମ ଥର ବାପା ହୋଇଥିଲେ କୃଣାଲ । ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ହାର୍ଦ୍ଦିକଙ୍କ ଭାଉଜ ।

Leave a Reply

Your email address will not be published. Required fields are marked *